Latest Odisha News

କାବେରୀ ବିବାଦ: କର୍ଣ୍ଣାଟକ ବନ୍ଦ, ବିଭିନ୍ନ ସଙ୍ଗଠନର ସମର୍ଥନ

ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି  । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି  ।  ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି   । ରାଜ୍ୟର ସମସ୍ତ ହୋଟେଲ, ଅଟୋରିକ୍ସା ଏବଂ କାର୍‌ ଚାଳକ ସଂଘ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି  । ତେଣୁ ଆଜି ରାଜ୍ୟରେ ସମସ୍ତ  ସ୍କୁଲ , କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି ।

ଯାନବାହନ ଚଳାଚଳ ବନ୍ଦ ରହିଥିବାବେଳେ ବିମାନ ଗୁଡିକୁ ମଧ୍ୟ ବାତିଲ କରାଯାଇଛି । ଗାଡି ମଟର ଚଳାଚଳ ବନ୍ଦ ଥିବାରୁ ଜନଜୀବନ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବେଙ୍ଗାଲୁରୁ, ମାଣ୍ଡଓ୍ବା, , ମହୀଶୁର, ରାମନଗର ଆଦି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି  । ଏମିତିକି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

 

Leave A Reply

Your email address will not be published.