Latest Odisha News

BREAKING NEWS

ସାଉଦିରୁ ଫେରିଥିବା ୭୬ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ବାଙ୍ଗାଲୁରୁ: ଚୀନରୁ ଆସିଥିବା ଘାତକ କରୋନା ଭାଇରସ ବିଶ୍ୱର ୧୦୪ ଦେଶକୁ ବ୍ୟାପି ସାରିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ ସାଉଦି ଆରବରୁ ଫେରିଥିବା କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ଦିନ ସୂଚନା ଦେଇଛନ୍ତି । ବୃଦ୍ଧା ଜଣକ ସାଉଦି ଆରବରୁ ୧୦ ଦିନ ପୂର୍ବେ ଫେବୃଆରୀ ୧୯ରେ ଭାରତ ଫେରିଥିଲେ । ତାଙ୍କ ନାଁ ହେଉଛି ମହମ୍ମଦ ହୁସେନ ସିଦ୍ଦିକୀ । ସେ ବାଙ୍ଗାଲୁରୁର କଲବୁର୍ଗୀର ବାସିନ୍ଦା ।

ମିଳିଥିବା ସୂଚନା ଅନୁସାରେ, ମହମ୍ମଦ ହୁସେନ ସିଦ୍ଦିକୀ ସାଉଦି ଆରବରୁ ଫେରିବା ପରେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କ ପରିବାର ଲୋକେ ତାଙ୍କୁ ଗୁଲବର୍ଗା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କରୋନା ଆକ୍ରାନ୍ତ ସନ୍ଦେହରେ ତାଙ୍କ ସ୍ୱାବ ଓ ରକ୍ତ ନମୂନା ପରୀକ୍ଷା ପାଇଁ ନିଆଯାଇଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦର କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଫେରିବା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା ।

ତେବେ କଲବୁର୍ଗୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏମଏ ଜାବର ସିଦ୍ଧିକୀଙ୍କ ମୃତ୍ୟୁ ହୋଇଥିବା କହିିଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁ କରୋନା ଭାଇରସ ସହ ଜଡିତ କି ନୁହେଁ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି । ସେ କହିଛନ୍ତି, “ସିଦ୍ଦିକୀଙ୍କ ନମୂନା ପରୀକ୍ଷା ପାଇଁ ବାଙ୍ଗାଲୁରୁ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।”

Leave A Reply

Your email address will not be published.