Latest Odisha News

BREAKING NEWS

ପାଦ ଛୁଇଁବା ବେଳେ ମହିଳାଙ୍କୁ ଚାପୁଡ଼ା ମାରିଲେ ବିଜେପି ମନ୍ତ୍ରୀ

ବେଙ୍ଗଳୁରୁ: ମହିଳାଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମନ୍ତ୍ରୀ । କର୍ଣ୍ଣାଟକ ବିଜେପି ସରକାରରେ ମନ୍ତ୍ରୀ ଥିବା ଭି ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଛନ୍ତି । ଶନିବାର କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନା ଚମରାଜନଗର ଜିଲ୍ଲାର ହଙ୍ଗଲା ଗାଁକୁ ଜମି ପଟ୍ଟା ବଣ୍ଟନ ପାଇଁ ଯାଇଥିଲେ ।

ତେବେ ସେହି ସ୍ଥାନରେ ପଟ୍ଟା ନ ପାଇବାରୁ ଜଣେ ମହିଳା ରାଗି ଯାଇଥିଲେ । ଆଉ ମହିଳା ଜଣଙ୍କ ଏନେଇ ଅଭିଯୋଗ ପାଇଁ ଯିବାବେଳେ ମନ୍ତ୍ରୀ ଚାପୁଡ଼ା ମାରିଥିଲେ । ଏହି ଭିଡିଓ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଭାଇରାଲ୍ ହେବାରେ ଲାଗିଛି । ମନ୍ତ୍ରୀ, ଚାପୁଡ଼ା ମାରିବା ପରେ ବି ମହିଳା ଜଣଙ୍କ ତାଙ୍କ ପାଦ ଛୁଇଁଥିଲେ ।

ପୂର୍ବରୁ ସମାନ ଧରଣର ଘଟଣା, ୨୦୨୨ ସେପ୍ଟେମ୍ବରରେ ମହାରାଷ୍ଟ୍ରର କମାଠିପୁରାରେ ଦେଖିବାକୁ ମିଳିଥିଲା । ରାଜ ଠାକରେଙ୍କ ଦଳର ଜଣେ ନେତା ମହିଳାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଏବେ ସମାନ ଧରଣର ଘଟଣା କର୍ଣ୍ଣାଟକରେ ଘଟିବା ପରେ ରାଜନୀତିକ ବୟାନବାଜି ଆରମ୍ଭ ହୋଇଛି ।

Leave A Reply

Your email address will not be published.