Latest Odisha News

BREAKING NEWS

ନୂଆପଡ଼ାର ରାସ୍ତା କଡ଼ରେ ମେଲିଛି ଆତର ପସରା   

ନୂଆପଡ଼ା: ଅନେକ ଲୋକଙ୍କର ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ ରହିଥାଏ  । ଏଥିମଧ୍ୟରୁ  ଆତ ଫଳଟିକୁ ସମସ୍ତେ ବେଶ୍‌ ପସନ୍ଦ କରିଥାଆନ୍ତି । ଆତ ଫଳ ହେଉଛି ରସାଳ ଫଳ । ଆତ ଔଷଧିୟ ଗୁଣ ଯୁକ୍ତ ଫଳ ବୋଲି ମଧ୍ୟ ଚିକିତ୍ସା ବିଜ୍ଞାନ କହିଥାଏ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମବାସୀଙ୍କୁ ରୋଜଗାର ଯୋଗାଉଛି ଏହି ଆତ ବ୍ୟବସାୟ l ଆତ ଫଳ, ଯାହାକି ବର୍ଷକୁ ଥରେ ମାତ୍ର ମିଳିଥାଏ l ଏହାକୁ ବିକ୍ରି କରି ଅକ୍ଟୋବର ଓ ନଭେମ୍ବରରେ ଶତାଧିକ ଲୋକେ ଦୁଇପଇସା ରୋଜଗାର କରିପାରନ୍ତି l ଏଥିପାଇଁ ସକାଳୁ ଫଳ ସଂଗ୍ରହ କରି ଟୋକେଇ ରେ ରଖି ବିକ୍ରି କରିଥାନ୍ତି ।

ପ୍ରତ୍ୟେକ ଚାଷୀ ନିଜ ଜମିରେ ୫୦ ରୁ ୧୦୦ ଗଛ ଲଗାଇଛନ୍ତି l କାରଣ ସହର ବାସୀଙ୍କ ସହ ପଥିକ ମାନେ  ରାସ୍ତା କଡରେ ବିକ୍ରି ହେଉଥିବା ଆତକୁ ହିଁ ପସନ୍ଦ କରୁଛନ୍ତି l  ଖଡ଼ିଆଳ , ନୂଆପଡା , ସିନାପାଲି , କଳାହାଣ୍ଡି , ବଲାଙ୍ଗୀର , ଟିଟିଲାଗଡ଼ , ସୋନପୁର , ଭୁବନେଶ୍ୱର , କଟକ ସମେତ ଅନ୍ୟ ରାଜ୍ୟକୁ ନିଜ ସମ୍ପର୍କୀୟଙ୍କୁ ପ୍ରେରଣ କରୁଥିବା ଦେଖିବାକୁ ମିଳୁଛି l ଖାଲି ବାଦୀ ନୁହଁ ଖଡ଼ିଆଳ ଅଂଚଳର କିଛି ଲୋକ ଆତ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ଏନେଇ ଆତ ଚାଷୀ ମାନେ କ୍ଷତି ସହୁଥିବା ଅଭିଯୋଗ ହେଉଛି । ବିକ୍ରୟ ସ୍ଥାନରେ ଛାଇର ବ୍ୟବସ୍ଥା ନ ଥିବାରୁ ଖୋଲା ସ୍ଥାନରେ ଖରାରେ ବସି ବିକ୍ରି କରୁଛନ୍ତି। ଏହାର ସ୍ୱତନ୍ତ୍ର ବଜାରର ବ୍ୟବସ୍ଥା କରି ଆତ ବିକ୍ରିର ସୁବିଧା କଲେ ଚାଷୀ ମାନେ ଭଲ ଦୁଇ ପଇସା ପାଇ ପାରନ୍ତେ । ସରକାର ଆର୍ଥିକ ସହଯୋଗ କଲେ ଉନ୍ନତ ମାନର ବୃକ୍ଷ ରୋପଣ କରି ଲାଭବାନ ହୋଇ ପାରନ୍ତେ ବୋଲି ଚାଷୀ ମାନଙ୍କ ସହ ସାଧାରଣରେ ଦାବୀ ହୋଇଛି l

Leave A Reply

Your email address will not be published.