Latest Odisha News

BREAKING NEWS

ରହସ୍ୟମୟୀ ସ୍ଥାନ , ଯେଉଁଠି ନଦୀ କରୁଛି ମହାଦେବଙ୍କ ଜଳାଭିଷେକ…

ନୂଆଦିଲ୍ଲୀ : ଦୁନିଆରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି  । ଏପରି ଏକ ନଦୀ ରହିଛି କର୍ଣ୍ଣାଟକରେ  ।  ଯେଉଁଠାରେ ଆପଣ ମାନଙ୍କୁ ଶହ ଶହ ଶିବ ଲିଙ୍ଗ ଦେଖିବାକୁ ମିଳିବ  । ଆମେ ଜାଣୁ ଯେ ଲୋକମାନେ ବିଭିନ୍ନ ମାନସିକ ରଖି ଜଳାଭିଷେକ କରିଥାନ୍ତି  । କିନ୍ତୁ ଏଠାରେ ନଦୀ ହିଁ ମହାଦେବଙ୍କ ଜଳାଭିଷେକ କରିଥାଏ  ।କର୍ଣ୍ଣାଟକର ସିରସି ଅଞ୍ଚଳରେ ରହିଛି  କିଶୋରମାଳା ନଦୀ ।

ନଦୀର ପଥର ଉପରେ ଦେଖିବାକୁ ମିଳେ ଶହ ଶହ ଶିବଲିଙ୍ଗ  । କୁହାଯାଏ ଏହି ସମସ୍ତ ଶିବଲିଙ୍ଗ ରାଜା ସଦାଶିବାରାଇଙ୍କ ନିର୍ଦ୍ଦେଶରେ ନିର୍ମାଣ ହୋଇଥିଲା  । ଏ ସବୁ ଶିବଲିଙ୍ଗ ଗୁଡିକୁ ଏପରି ଭାବରେ ନିର୍ମାଣ କରାଯାଇଛି କି ଯେପରି ନଦୀ ହିଁ  ସମସ୍ତ ଶିବଲିଙ୍ଗର ଜଳାଭିଷେକ କରିବ  । ଏହି ସ୍ଥାନକୁ ସହସ୍ରା ଶିବଲିଙ୍ଗ ମଧ୍ୟ କୁହାଯାଏ  । ବିଶେଷ କରି ଶ୍ରାବଣ ମାସରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ବିଶ୍ବାସ ରହିଛି ଏହି ସହସ୍ରାଲିଙ୍ଗଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ  ।

Leave A Reply

Your email address will not be published.