Latest Odisha News

BREAKING NEWS

ଜାତୀୟ ରେକର୍ଡ କଲେ କର୍ଣ୍ଣାଟକର ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଦ୍ୱାରା ରଖାଯାଇଥିବା ଯୋଗ୍ୟତା ମାନଦଣ୍ଡକୁ ଦ୍ୱିତୀୟ ଦିନରେ ୧୭ ଜଣ ଆଥଲେଟ୍ ପାର୍ କରିଛନ୍ତି।

୨୬ ବର୍ଷୀୟା ସିନ୍ଧୁଶ୍ରୀ ମହିଳା ପୋଲ୍ ପୋଲ୍ ଭଲ୍ଟ ରେ ସୁନା ପଦକ ଜିତିବା ସହ ୪.୨୫ ମିଟର ଉଚ୍ଚତା ଡେଇଁ ଏକ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ସୀମା ୪.୧୦ ମିଟର ରହିଥିଲା। ଏହା ପୂର୍ବରୁ ବାରନିକା ୪.୨୩ ମିଟରର ଜାତୀୟ ରେକର୍ଡ କରିଥିଲେ, ଯିଏ କି ଏହି ପ୍ରତିଯୋଗିତାରେ ୪.୨୦ ମିଟର ଡେଇଁ ରୂପା ପଦକ ପାଇଛନ୍ତି।

ସିନ୍ଧୁଶ୍ରୀ ୨୦୨୩ ମସିହାରେ ପବିତ୍ରା ଭେଙ୍କଟେଶଙ୍କ ଦ୍ୱାରା କରାଯାଇଥିବା ୪.୧୦ ମିଟରର ମିଟ୍ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ସିନ୍ଧୁଶ୍ରୀ ଏହି ସଫଳତାରେ କହିଛନ୍ତି ଯେ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପାଇବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ, କିନ୍ତୁ ଜାତୀୟ ରେକର୍ଡ ହେବା ତାଙ୍କ ପାଇଁ ଏକ ବଡ଼ ଉପହାର ଭଳି।

ମଧ୍ୟପ୍ରଦେଶର ନିତିକା ଆକାରେ ୪.୧୦ ମିଟର ଡେଇଁ ବ୍ରୋଞ୍ଜ ପଦକ ଜିତିବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିବାରେ ତୃତୀୟ ଖେଳାଳି ହୋଇଛନ୍ତି।

 

Comments are closed.