Latest Odisha News

BREAKING NEWS

UPSC ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର DGM ଥିବାବେଳେ ମାଆ ଗୀତା ଜଣେ ଗୃହିଣୀ ।

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଛାତ୍ର । କାର୍ତ୍ତିକ ଜଣେ ମେଧାବୀ ଛାତ୍ର ରହିବା ସହ ଜଣେ IAS ହେବାର ଲକ୍ଷ୍ୟ ପିଲାଟି ଦିନରୁ ଥିଲା, ଯାହା ଆଜି ପୁରଣ ହୋଇଛି ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତ୍ତୋକତ୍ତର କଲାପରେ ଏବେ ସେହି ବିଶ୍ବବିଦ୍ୟାଳୟରେ ଏମଫିଲ କରୁଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ମଧ୍ୟ କାର୍ତ୍ତିକଙ୍କ ଇତିହାସକୁ ଅପ୍ସନାଲ୍ ରଖିଥିଲେ । ସୁଯୋଗ ମିଳିଲେ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ପ୍ରତି ଧ୍ୟାନ ଦେବି ବୋଲି କାର୍ତ୍ତିକ କହିଛନ୍ତି । କାର୍ତ୍ତିକଙ୍କ ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave A Reply

Your email address will not be published.