Latest Odisha News

BREAKING NEWS

ପୁନର୍ବାର କରୋନା କବଳରେ କାର୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର କରୋନା ଭାଇରସ କବଳରେ ପଡିଛନ୍ତି । ଏହା ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ସେ ସଂକ୍ରମିତ ହୋଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋ କ୍ଷେତ୍ରରେ ସବୁ କିଛି ପଜିଟିଭ ରହୁଥିବାରୁ କରୋନା ବି ଦୂରେଇ ରହିପାରିଲା ନାହିଁ । ଏହି କାରଣରୁ ସେ ଆଇଫା ଆୱାର୍ଡସ ପାଇଁ ଆବୁଧାବି ଯିବା କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି ।

କାର୍ତିକଙ୍କ ଭୁଲ ଭୁଲେୟା ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଛି । ଖୁବ ଶୀଘ୍ର ଏହା ୧୫୦ କୋଟି ପାର କରିବ ବୋଲି ସମକ୍ଷୀକମାନେ କହିଛନ୍ତି । କାର୍ତିକଙ୍କ ହାତରେ ଏବେ ଶହଜାଦା ଓ ସାଉଥ ଫିଲ୍ମ ଅଲା ବୈକୁଣ୍ଠପୁରମୋଲୋର ହିନ୍ଦୀ ରିମେକ ଫିଲ୍ମ ରହିଛି । କାର୍ତିକ ଖୁବ ଶୀଘ୍ର କରୋନା କବଳରୁ ମୁକୁଳିଯିବେ ବୋଲି ପ୍ରଶଂସକମାନେ ଆଶା ବ୍ୟକ୍ତ କରିଛନ୍ତି । ଏପରିକି କରୋନା ବି କାର୍ତିକ ଫ୍ୟାନ ହୋଇଗଲାଣି ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି ।

Leave A Reply

Your email address will not be published.