Latest Odisha News

BREAKING NEWS

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରବକ୍ତା ମଳୟ ମିଶ୍ର କାର୍ତିକ ପ୍ରବଚନ ଦେଇଥିଲେ ।

ପ୍ରାୟ ଏକ ମାସ ଧରି ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଭକ୍ତିମୟ ହୋଇ ଉଠିଥିଲା । ଜଗନ୍ନାଥ ମନ୍ଦିରକୁ ପ୍ରବେଶ ମନା ଥିବାରୁ ନିରାଶ ମନରେ ଆସିଥିବା ବ୍ରତୀମାନେ ମାତାମଠର ଭକ୍ତିମୟ ପରିବେଶରେ ନିଜକୁ ହଜାଇ ଦେଇଥିଲେ । ସୋମବାର ଏହା ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.