Latest Odisha News

BREAKING NEWS

ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ପାକିସ୍ତାନ ଏଥିରେ ମୁଣ୍ଡ ନ ପୂରାଉ ବୋଲି କହିଛନ୍ତି ।

ଏହାକୁ କେହି କେହି କଂଗ୍ରେସର ୟୁଟର୍ଣ କହୁଥିବାବେଳେ ଏନେଇ ଟ୍ୱିଟ୍ କରିଛନ୍ତି ରାହୁଲ ।

ଅନ୍ୟ ଏକ ଟ୍ୱିଟରେ ରାହୁଲ ଉଲ୍ଲେଖ କରିଛନ୍ତି, ସାରା ଦୁନିଆ ଜାଣିଛି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଛି ଏବଂ ଜମ୍ମୁ-କାଶ୍ମୀରରେ ହେଉଥିବା ହିଂସାକୁ କୌଣସି ନା କୌଣସି ପ୍ରକାର ପାକିସ୍ତାନ ମଧ୍ୟ ସମର୍ଥନ କରୁଛି । ଯେହେତୁ କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ କଥା, ତେଣୁକରି ଏଥିରେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶ ମୁଣ୍ଡ ନ ପୂରାଇବା ଉଚିତ୍ ।

Comments are closed.