Latest Odisha News

BREAKING NEWS

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ରାଜସ୍ଥାନ ପ୍ୟାଲେସରେ କରିବେ ବିବାହ

ମୁମ୍ବାଇ : ବଲିଉଡରେ ବାଜିବ ଶାହାନାଇ। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୬ ରେ ବିବାହକରିବାକୁ ଯାଉଛନ୍ତିା କ୍ୟାଟ୍ରିନାଙ୍କ ଲେହେଙ୍ଗା ଡିଜାଇନ ଠାରୁ ଆରମ୍ଭ କରି ୱେଡିଂ ଭେନ୍ୟୁ ପର୍ଯ୍ୟନ୍ତ ସବୁ ଡିସାଇଡ ହୋଇ ସାରିଛି।

କ୍ୟାଟ୍ରିନା ଫେମସ୍ ଡିଜାଇନର ସବ୍ୟସାଚୀଙ୍କ ଲହେଙ୍ଗା ପିନ୍ଧିବେ ବୋଲି ଜଣାପଡ଼ିଛି। ସମସ୍ତ ପ୍ରସ୍ତୁତି ମଧ୍ୟ ସ୍ପେଶାଲ ଅନ୍ଦାଜରେ କରାଯାଉଛି।ସୂଚନା ଅନୁସାରେ ରାଜସ୍ଥାନ ସାୱାଇ ମାଧୋପୁରରେ ସିକ୍ସି ସେନ୍ସ ଦୁର୍ଗରେ ଏହି ସେଲିବ୍ରେଟି କପୁଲ ବିବାହ କରିବେ ବୋଲି ଜଣାପଡ଼ିଛି।

ଏହିୁ ଦୁର୍ଗରେ ବହୁ ବିଳାଶ ପୂର୍ଣ୍ଣ ଓ ବଡ ଦୁର୍ଗ ଅଟେ।  ଖବର ମିଳିଛି ଯେ  ଡିସେମ୍ବର ୧ ରୁ ୭ ତାରିଖ ପାଇଁ ଏହି ପ୍ୟାଲେସ ବୁକିଂ କରାଯାଇଛି । ପୁରା ସପ୍ତାହେ ବିବାହର ରୀତିନୀତି ଚାଲିବ। କୈଫ୍ କିଛି ଦିନ ପୂର୍ବରୁ ଏହି ଦୁର୍ଗରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ସେବେଠାରୁ ସେ ଏହି ଦୁର୍ଗରେ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

Comments are closed.