Latest Odisha News

ବୃନ୍ଦାବନର ଭଟ୍ଟଜୀ ମହଲରେ ଖେଳାଯାଏ ସ୍ଵତନ୍ତ୍ର ଢଙ୍ଗରେ ହୋଲି, ୪୦ଦିନ ପୂର୍ବରୁ ନିଜ ହାତରେ ପ୍ରସ୍ତୁତ କରିଥାଆନ୍ତି ଅଭିର

ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଏବେଠାରୁ ଚଳଚଞ୍ଚଳ ହେଲାଣି ଦେଶ । ବିଶେଷ କରି ମଥୁରା, ବୃନ୍ଦାବନରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ତେବେ ବ୍ରଜ୍ ଅଞ୍ଚର ହୋଲି ସମଗ୍ର ବିଶ୍ୱରେ ପ୍ରସିଦ୍ଧ | ବସନ୍ତ ପଞ୍ଚମି ଠାରୁ ରଙ୍ଗ ପଞ୍ଚମି ପର୍ଯ୍ୟନ୍ତ ବ୍ରଜମଣ୍ଡଳର ବିଭିନ୍ନ ମନ୍ଦିରର ସାଜ୍ଜସଜ୍ଜା ଏବଂ ଭକ୍ତଙ୍କ ଭିଡ଼ ସବୁଠାରୁ ସ୍ୱତନ୍ତ୍ର । ହୋଲିର କିଛି ଦିନ ପୂର୍ବରୁ ଏଠାରେ ଥିବା ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଥାଏ | ୪୦ ଦିନର ହୋଲି ପରମ୍ପରା ଅନୁଯାୟୀ, ଠାକୁର ଜୀଙ୍କୁ ସ୍ୱତନ୍ତ୍ର ଭାବରେ ସଜାଯାଇ ଋତୁ ଅନୁଯାୟୀ ତାଙ୍କୁ ପ୍ରସାଦ ବଢାଯାଏ । ଆଜି ଆମେ ବୃନ୍ଦାବନର ଏକ ଏପରି ପ୍ରାଚୀନ ସ୍ଥଳ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଷୋଡଶ ଶତାବ୍ଦୀରୁ ରଙ୍ଗୋତ୍ସବର ପରମ୍ପରା ଚାଲିଆସୁଛି । ଏହି ସ୍ଥାନଟି ହେଉଛି ବୃନ୍ଦାବନର ଭଟ୍ଟଜୀଙ୍କର ମହଲ | ଏହି ମହଲ ହେଉଛି ମୁଖ୍ୟ ୬ ଗୋସ୍ୱାମୀଙ୍କ ମଧ୍ୟରୁ ଜଣେ ରଘୁନାଥ ଭଟ୍ଟଜୀଙ୍କର ପ୍ରାଚୀନ ସ୍ଥାନ |

ରଙ୍ଗୋତ୍ସବର ଏହି ପରମ୍ପରା ବର୍ତ୍ତମାନ ଭଟ୍ଟଜୀଙ୍କର ୧୬ ତମ ପିଢି ତୁଲାଉଛନ୍ତି । ଭଟ୍ଟଜୀଙ୍କ ମହଲରେ ବିରାଜମାନ ଠାକୁର ମଦନମୋହନ ଲାଲ ମହାରାଜଙ୍କ ପାଇଁ ପ୍ରତିଦିନ ହୋଲି ଖେଳିବା ପାଇଁ ବ୍ୟବସ୍ଥା କରାଯାଏ | ବସନ୍ତ ପଞ୍ଚମୀରୁ ଆରମ୍ଭ ହୋଇ ହୋଲିକାତ୍ସବ ପର୍ଯ୍ୟନ୍ତ ଏଠାରେ ସବୁଦିନ ଠାକୁର ଜୀଙ୍କ ପାଇଁ ଅଭିର ହାତରେ ତିଆରି ହୋଇଥାଏ | ଭଟ୍ଟ ପରିବାରର ସଦସ୍ୟମାନେ ହାତରେ ଠାକୁର ଜିଙ୍କ ପାଇଁ ଅଭିର ତିଆରି କରି ଠାକୁର ଜୀଙ୍କୁ ପ୍ରଦାନ କରନ୍ତି | ଏହି ଅବସରରେ ରଙ୍ଗୋତ୍ସବ ପାଳନ କରିବା ସହିତ ଭଟ୍ଟଜୀଙ୍କ ମହଲରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟ ମଧ୍ୟ ପରିବେଷଣ କରାଯାଏ । ଭଟ୍ଟ ପରିବାରର ସଦସ୍ୟମାନେ ଧଳା ରଙ୍ଗର ଅଭିରରେ ବିଭିନ୍ନ ପ୍ରକାରର ଚିତ୍ର ତିଆରି କରନ୍ତି ।

ରଘୁନାଥ ଭଟ୍ଟ ଗୋସ୍ୱାମୀ ପୂର୍ବ ବଙ୍ଗର ଏକ ଭକ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତପନ ମିଶ୍ର ଜଣେ ବୈଷ୍ଣବ ଥିଲେ ଏବଂ ବେଳେବେଳେ ଚୈତନ୍ୟ ମହାପ୍ରଭୂଙ୍କୁ ତାଙ୍କ ଘରେ ଭୋଜନ ପାଇଁ ନିମନ୍ତ୍ରଣ କରୁଥିଲେ । ଯେତେବେଳେ ଚୈତନ୍ୟ ମହାପ୍ରଭୂ ଶ୍ରୀ ତପନ ମିଶ୍ରଙ୍କ ଘରକୁ ଯାଉଥିଲେ, ରଘୁନାଥ ଭଟ୍ଟ ପ୍ରାୟତଃ ତାଙ୍କ ପାଦ ମାଲିସ୍ କରୁଥିଲେ। ସମୟ ସହିତ ରଘୁନାଥ ଜୀ ଶାସ୍ତ୍ରରେ ପାରଙ୍ଗମ ହେଲେ ଏବଂ ପରେ ସେ ଚୈତନ୍ୟ ମହାପ୍ରଭୂଙ୍କ ସହିତ ଅନେକ ଦିନ ରହିଲେ | ପରେ ସେ ଔପଚାରିକ ଭାବରେ ୬ ଗୋସ୍ବାମୀ ଗୋଷ୍ଠୀର ଏକ ଅଂଶ ହୋଇଥିଲେ | ବୃନ୍ଦାବନରେ ରଘୁନାଥ ଭଟ୍ଟଜୀଙ୍କ ଉତ୍ତରାଧିକାରୀମାନେ ତାଙ୍କ ପାଦୁକାକୁ ପୂଜା କରନ୍ତି।

 

Leave A Reply

Your email address will not be published.