Latest Odisha News

BREAKING NEWS

ଓଡ଼ିଆ ଝିଅଙ୍କ ଚିଠିରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କେବିସି ହଟ୍ ସିଟରେ ଭଦ୍ରକର ଜ୍ୟୋତିର୍ମୟୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କେବିସି ସିଜିନ 14ର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ସହ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ। ଯିଏକି ଭଦ୍ରକ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ସୁପରିଟେଣ୍ଡାଣ୍ଟ । ଏହାପୂର୍ବରୁ ଏକ ପ୍ରୋମା ରିଲିଜ ହୋଇଛି। ଯେଉଁଥିରେ ବିଗ୍ ବି ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଛି।  ଓଡ଼ିଆ ପ୍ରତିଯୋଗୀ ଜ୍ୟୋତିର୍ମୟୀ ମଲ୍ଲିକ ହଟ ସିଟରେ ବସି ଏକ ଚିଠି ପଢିବା ବେଳେ ତାଙ୍କୁ ‘ଶତାବ୍ଦୀର ସୁପରଷ୍ଟାର’ ବୋଲି କହିଥିଲେ। ଜ୍ୟୋତିର୍ମୟୀ ହିନ୍ଦୀରେ ଲେଖିଥିବା ଚିଠିକୁ ପଢିଛନ୍ତି। ଯାହାର ଓଡ଼ିଆ ଅନୁବାଦ ଏପରି ରହିଛି ।

ସେ କହୁଛନ୍ତି, ସମ୍ମାନନୀୟ ଅମିତାଭ ବଚ୍ଚନ ମହୋଦୟ। ମୁଁ ଜାଣେ ନାହିଁ ଆପଣଙ୍କ ଭଳି କେବେ ହୋଇପାରିବୁ କି ନାହିଁ। ଯେଉଁଭଳି ଆମ ମାନଙ୍କୁ ଚେୟାରରେ ବସାଇବା, ଆମ ଲୁହ ପୋଛିଛନ୍ତି ଏବଂ ଲୁହ ପୋଛିବା ପରେ ସେହି ଟିସୁ ପେପରକୁ ନିଜ ପକେଟରେ ପୁରାଇଛନ୍ତି ତାହା ଆଉ କେହି କରିପାରିବେ ନାହିଁ। କିନ୍ତୁ ଏହା ପ୍ରମାଣିତ କରିଛି ଆପଣ ହେଉଛନ୍ତି ଆମ ମାନଙ୍କ ମଧ୍ୟରୁ ଜଣେ। ଯାହା କରୁଛନ୍ତି ତାହା ଆଉ କେହି କରିବେ ନାହିଁ। ତେଣୁ ଆପଣ ଆମ ମାନଙ୍କ ପାଇଁ ଶତାବ୍ଦୀର ମହାନାୟକ।

ସୋନି ଟିଭି ଜାରି କରିଥିବା ପ୍ରୋମୋରେ ଏହାପରେ ଦେଖିବାକୁ ମିଳିଛି ଅମିତାଭ ଭାବୁକ ହେବାର ଚିତ୍ର । ଏହାପରେ ସେ ଜ୍ୟୋତିର୍ମୟୀଙ୍କ ପାଖକୁ ଚେୟାରରୁ ଉଠି ଯାଇଛନ୍ତି। ଆଉ କହିଛନ୍ତି, ସେ ଏହି ଚିଠିକୁ ନିଜ ପାଖରେ ରଖିବେ।

Leave A Reply

Your email address will not be published.