Latest Odisha News

BREAKING NEWS

କେଦାରନାଥ ମନ୍ଦିରରେ ମୋବାଇଲ୍ ବ୍ୟାନ, ଫଟୋ ଓ ରିଲ୍ସ…

ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର କମିଟି ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରିଛନ୍ତି। ମନ୍ଦିରର ପବିତ୍ରତା ବଜାୟ ରଖିବା ଏବଂ ଭକ୍ତଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ କମିଟି ଏହି ନିଷ୍ପତ୍ତି ନେଇଛି।

ମନ୍ଦିର କମିଟି ସଦସ୍ୟ ବିନୀତ ପୋଷ୍ଟି କହିଛନ୍ତି ଯେ ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ। ଫଟୋ ଉଠାଇବା, ଭିଡିଓ ରେକର୍ଡ କରିବା ଏବଂ ସୋସିଆଲ ମିଡିଆ ପାଇଁ ରିଲ୍ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ। ଯେଉଁମାନେ ଏପରି କରନ୍ତି ସେମାନଙ୍କୁ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ସେ ସ୍ପଷ୍ଟ କରିଛନ୍ତି ଯେ ନିୟମ ଉଲ୍ଲଂଘନ କରୁଥିବା ଭକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମନ୍ଦିର ପ୍ରଶାସନ ସମସ୍ତ ଭକ୍ତଙ୍କୁ ନିୟମ ପାଳନ କରିବାକୁ ଏବଂ ଧାର୍ମିକ ସ୍ଥଳର ମର୍ଯ୍ୟାଦା ବଜାୟ ରଖିବାରେ ସହଯୋଗ କରିବାକୁ ନିବେଦନ କରିଛି। ମନ୍ଦିର ପରିସରରେ ସମ୍ପ୍ରତି ଭିଡ଼ ବୃଦ୍ଧି ଏବଂ ମୋବାଇଲ୍ ଫୋନ୍‌ର ଅତ୍ୟଧିକ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଯାହା ଦ୍ୱାରା ଭକ୍ତମାନେ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଦର୍ଶନ କରିପାରିବେ।

ତେବେ ୨୨ ଏପ୍ରିଲ୍ ସକାଳ ୮ଟାରେ ମନ୍ଦିରର ଦ୍ୱାର ଖୋଲିବ। ଏହା ପୂର୍ବରୁ ପଦଯାତ୍ରା ଜାରି ରହିଛି। କେଦାରନାଥ ମନ୍ଦିର ପାଇଁ ଗୌରୀକୁଣ୍ଡରୁ ପାଲକି ବାହାରିଛି। ପରମ୍ପରା ଅନୁଯାୟୀ, ପାଲକି କେଦାରନାଥରେ ପହଞ୍ଚିବା ପରେ ମନ୍ଦିରର ଦ୍ୱାର ଖୋଲାଯାଏ। ଏହା ପରେ ଭକ୍ତମାନେ ମନ୍ଦିର ଦର୍ଶନ ପ୍ରକ୍ରିୟା ଆରମ୍ଭ କରିଥାନ୍ତି।

Comments are closed.