Latest Odisha News

BREAKING NEWS

ଘରେ ରଖନ୍ତୁ ଲକି ବାମ୍ବୋପ୍ଲାଣ୍ଟ, ମିଳିବ ସୁଫଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଗଛ ଭାବେ ଲକି ବାମ୍ବୋପ୍ଲାଣ୍ଟ ପରିଚିତ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି ଗଛକୁ କେଉଁ ସ୍ଥାନରେ ରଖିଲେ କି ଫଳ ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ…

* ଲକି ବାମ୍ବୋପ୍ଲାଣ୍ଟ ପରିବେଶକୁ ସଫାସୁତୁରା ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେଥିପାଇଁ ଏହାକୁ ନାଚୁରାଲ୍‌ ଏୟାର୍‌ ପ୍ୟୁରିଫାୟର୍‌ ବୋଲି କୁଯାଯାଏ।

* ଲକି ବାମ୍ବୋପ୍ଲାଣ୍ଟକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ। ଅନ୍ୟପକ୍ଷେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ।

*ସବୁଠୁ ବଡ଼ କଥା ହେଉଛି ଏହି ଲକି ବାମ୍ବୋପ୍ଲାଣ୍ଟରେ ଦିଆଯାଇଥିବା ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଦରକାର। ଯଦ୍ଦ୍ବାରା ଆର୍ଥତ୍କସ୍ଥିତି ମଜଭୂତ୍‌ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।

* ଏହି ଲକି ବାମ୍ବୋପ୍ଲାଣ୍ଟକୁ ଘରର ଯେକୌଣସି ସ୍ଥାନରେ ରଖିପାରିବେ। ଏପରିକି ପତ୍ନୀପତିଙ୍କ ବେଡ୍‌ରୁମରେ ବି। କାରଣ ଏହା ପତ୍ନୀପତିଙ୍କ ଭିତରେ ଭଲପାଇବା ବୃଦ୍ଧି କରିବାରେ ବେଶ୍‌ ସହାୟକ ହୁଏ ବୋଲି ବିଶ୍ୱାସ କରାଯାଏ।

*ସେହିପରି କ୍ୟାରିୟର୍‌ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍‌ରେ ମଧ୍ୟ ଲକି ବାମ୍ବୋପ୍ଲାଣ୍ଟକୁ ରଖିପାରିବେ।

 

Comments are closed.