Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପରଲୋକ

ସମ୍ବଲପୁର: ୬୫ ବର୍ଷ ବୟସରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ରବିବାର ହୃଦଘାତରେ ଆଖି ବୁଜିଛନ୍ତି ପ୍ରମୋଦ ପଟ୍ଟନାୟକ । ରବିବାର ଭୋର୍ ସମୟରେ ପ୍ରମୋଦ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ ।

୧୯୫୮ ମସିହା ଅକ୍ଟୋବର ୧୩ ତାରିଖରେ ଜନ୍ମ ହୋଇଥିଲେ ପ୍ରମୋଦ ପଟ୍ଟନାୟକ । ପ୍ରମୋଦଙ୍କ ସ୍ତ୍ରୀ ଏବଂ ୨ ପୁଅ ଓ ୨ ଝିଅ ଅଛନ୍ତି । ସମ୍ବଲପୁରର ରାଜଘାଟରେ ପ୍ରମୋଦଙ୍କ ଶେଷକୃତ୍ୟ କରାଯାଇଛି । ସାମ୍ବାଦିକ, ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ଲୋକେ ପ୍ରମୋଦ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ।

ଓଡ଼ିଆ ଦୈନିକ ଉତ୍କଳ ମେଲରୁ ସାମ୍ବାଦିକତା ଆରମ୍ଭ କରିଥିଲେ ପ୍ରମୋଦ । ପରେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଦି ଷ୍ଟେଟମ୍ୟାନରେ କାମ କରିଥିଲେ । ପ୍ରମୋଦଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.