Latest Odisha News

BREAKING NEWS

‘ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ହାତ ନଥିଲା’

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶରେ ଯେକୌଣସି ମୁହୁର୍ତ୍ତରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ଭିତରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ବଳିଦାନର ସୁଯୋଗ ନେଇ ବିଜେପି ୨୦୧୯ ଲୋକସଭା ନିର୍ବାଚନ ​​ଜିତିଛି । ଏହା ସହ ସେ ଆହୁରି ଦାବି କରିଛନ୍ତି ଯେ, ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ସମ୍ପୃକ୍ତି ନାହିଁ ।

କେନ୍ଦ୍ର ସରକାରଙ୍କୁ ଲକ୍ଷ୍ୟ କରି ଆଣ୍ଟୋନି ପ୍ରଶ୍ନ କରିଛନ୍ତି ଯେ, ‘ଦେଶକୁ ସୁରକ୍ଷା ଦେବାବେଳେ କଷ୍ଟସାଧ୍ୟ ଅଞ୍ଚଳରେ ନିୟୋଜିତ ହୋଇଥିବା ୪୨ ଜଣ ଯବାନଙ୍କ ବଳିଦାନର ସୁଯୋଗ ନେଇ ସେମାନେ ଗତ ନିର୍ବାଚନରେ ​​ଜିତି ନାହାଁନ୍ତି କି?

ସେ ଆହୁରି କହିଛନ୍ତି ଯେ, ‘କେନ୍ଦ୍ର ସରକାରଙ୍କ ଚଳିତଥର ନିର୍ବାଚନ ଟ୍ରମ୍ପ କାର୍ଡ ହେଉଛି, ନାଗରିକତା ସଂଶୋଧନ ଆଇନର ନିୟମକୁ ଜଣାଇବା’ ।

ପୃଥ୍ୱୀମନ୍ଥ ଲୋକସଭା ଆସନରୁ ଆଣ୍ଟୋନି ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ । ସେ ୨୦୧୪ ରୁ ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ।

ଆଣ୍ଟୋନିଙ୍କ ବିବୃତ୍ତି ଉପରେ ଦୃଢ ପ୍ରତିକ୍ରିୟା ରଖିଛି ବିଜେପି । ସାସଂଦ ଆଣ୍ଟୋ ଆଣ୍ଟୋନି ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ଦାବି କରିଛି ।

Leave A Reply

Your email address will not be published.