Latest Odisha News

ଖଡିଚଢା ଅମାବାସ୍ୟା: ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କରାଯିବ ଖଡିଲାଗି

ଭଦ୍ରକ: ଆଜି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରାଯିବ । ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାଳୟା ଅବସରରେ ଆଜି ମୃଣ୍ମୟୀ ମୂର୍ତ୍ତିରେ ଖଡିଲାଗି କରାଯାଇଛି । ଏହା ଶୁଖିଲା ପରେ ମୂର୍ତ୍ତିରେ ରଙ୍ଗ ଦିଆଯିବ । ରଙ୍ଗ ଦିଆଯିବା ପରେ ମା ଦୁର୍ଗା ଏବଂ ପାର୍ଶ୍ଵ ଦେବାଦେବୀଙ୍କୁ ବସ୍ତ୍ର ପିନ୍ଧାଯାଇ ସାଜ୍ଜସଜା କରାଯିବ। ହାତରେ ଆଉ କମ୍ ଦିନ ଥିବାରୁ ଖଡିଚଢା ଜାରି ରଖିଛନ୍ତି ରଙ୍ଗ କାରିଗର।

ମହାଳୟା ଅମାବାସ୍ୟା ତିଥିରେ ଖଡିଚଢାର ପରମ୍ପରା ରହିଛି । ଆଉ ଆଜିଠୁ ହିଁ  ନବଦିନାତ୍ମକ ବା ନବରାତ୍ର ପୂଜା ଆରମ୍ଭ ହୋଇଛି । ଯଥା ରୀତିନୀତି ଓ ପରମ୍ପରା ଅନୁଯାୟୀ ମାଆଙ୍କ ଠାରେ ପୂଜାର୍ଚ୍ଚନା କରିବାର ବିଧି ରହିଛି । ମାଆଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ ପରେ ହିଁ ଆରମ୍ଭ କରାଯାଇଥାଏ ନଡା ବନ୍ଧା ପ୍ରସ୍ତୁତି କାର୍ଯ୍ୟ । ଏକମାଟିଆ ପରେ ଦୋମାଟିଆ ହୋଇ ଖଡିଲାଗି କରାଯାଇଥାଏ । ଆଉ ରଙ୍ଗ ଦିଆଯିବା ସହ ସାଜ୍ଜିତ କରାଯାଇ ଷଷ୍ଠୀ ଦିନ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରାଯାଏ । ସପ୍ତମୀ ଦିନରେ ଚକ୍ଷୁଦାନ କରାଯାଇ ଘଡିସନ୍ଧି ମୁହୁର୍ତ୍ତରେ ମାଆ ଙ୍କୁ ଆବାହନ କରାଯିବାର ବିଧି ରହିଛି ।

Leave A Reply

Your email address will not be published.