Latest Odisha News

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ ହୋଇଛି ସମସ୍ତ ଶକ୍ତିପୀଠ । ପୀଠରେ ମାଆଙ୍କ ଦର୍ଶନ ପାଇଁ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ମହିଷାମର୍ଦ୍ଧିନୀ ବାଙ୍କୀର ମା ଚର୍ଚ୍ଚିକା

ଓଡ଼ିଶାର ଅନ୍ୟାନ୍ୟ ଚଣ୍ଡୀପୀଠମାନଙ୍କ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ଅନ୍ୟତମ । ଏ ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି । ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ । ପୁରାଣ ମତ ଅନୁସାରେ ଏଠାରେ ମହାବୀର ପର୍ଶୁରାମ କଠୋର ତପସ୍ୟା କରିଥିଲେ । ତପସ୍ୟା ଦ୍ବାରା ଦେବୀଙ୍କୁ ସନ୍ତୁଷ୍ଟ କରି ମାତୃହତ୍ୟା ମହାପାପରୁ ମୁକ୍ତି ପାଇଥିଲେ । ଦେବୀ ଚର୍ଚ୍ଚିକା ଅଷ୍ଟଭୁଜା । ବିଭିନ୍ନ ହସ୍ତରେ ଖଡ୍ଗ, ତ୍ରିଶୂଳ, ଅଙ୍କୁଶ, ଛିନ୍ନ ମସ୍ତକ, ସର୍ପ, ଅକ୍ଷମାଳା, ଡମ୍ବରୁ ଏବଂ କନିଷ୍ଠ ଅଙ୍ଗୁଳିକୁ ଦାନ୍ତରେ କାମୁଡିବା ସହ ବକ୍ଷରେ ନରମୁଣ୍ଡମାଳ ଧାରଣ କରିଛନ୍ତି । ଏଠାରେ ରାଜଗୁରୁ ଭୋଗ କରନ୍ତି । ଦଶହରାରେ ଏହି ପୀଠରେ ଷୋଡ଼ଶ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ । ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ ।

ଏହା ମଧ୍ୟ ପଢନ୍ତୁ

https://odishasambad.in/dussehra-2023-know-the-jajpur-biraja-temple-importance/

ମା’ ଚର୍ଚ୍ଚିକା ରୁଚିକ ଗିରିରେ ଅଧିଷ୍ଠାନ କରିଛନ୍ତି, ମାଆ ପ୍ରଥମେ ଘଟ ରୂପରେ ଚାଚେରୀ ଭୋଗ ପାଉଥିବାରୁ ତାଙ୍କର ନାମ ଚର୍ଚ୍ଚିକା ହୋଇଅଛି । ମା’ଙ୍କର ବିଭିନ୍ନ ପର୍ବ ଅଛି । ପର୍ବଗୁଡିକ ମଧ୍ୟରେ ମହାଷ୍ଟମୀ,ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ବାସନ୍ତିକ ପୂଜା, କୁମାର ପୂର୍ଣ୍ଣିମା ଓ ରାସ ପୂର୍ଣ୍ଣିମା ପ୍ରଧାନ।

ମାଆଙ୍କର ସାମ୍ନାରେ ଗଣେଶ, ଲକ୍ଷ୍ମୀ, ସରସ୍ଵତୀ,ବ୍ୟାଘ୍ରମୁଖୀ, ସିଂହମୁଖୀ ଦୁର୍ଗା, ଗଙ୍ଗା ଯମୁନା, ପଛ ପାର୍ଶ୍ଵରେ ଦକ୍ଷିଣ ଚଣ୍ଡୀ ରହିଛନ୍ତି । ଚର୍ଚ୍ଚିକାଙ୍କ ପାଖରେ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ । ପୁରୀର ମହାରାଜା, ବାଙ୍କୀରାଜା ଓ ସେବାୟତମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମା’ଙ୍କର ଗମ୍ଭୀରା ଭିତରକୁ ଯିବାପାଇଁ ନିଷେଧ କରାଯାଇଛି । ଏହିଠାରେ କାର୍ତ୍ତିକ,ମାଘ ଓ ବୈଶାଖ ମାସରେ ଆମିଷ ଭୋଗ ନିଷେଧ କରାଯାଇଛି ।

 

Leave A Reply

Your email address will not be published.