Latest Odisha News

BREAKING NEWS

ହତ୍ୟା ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଡ଼ିଆଳ ପୋଲିସ

ନୂଆପଡ଼ା: ହତ୍ୟା ଅଭିଯୋଗରେ ଆଜି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ। ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ଥାନା ଢଙ୍କସର ଗାଁର ଖଗେଶ୍ବର ଭରାଶଗରିଆ, ଘେନୁ ଭରାସଗରିଆ ଓ ନେହେନା ଗାଁର ଲାଲୁ ଟାହାଣି, ସୁଶାନ୍ତ ବାଗ ଓ ଗୁଣ ଟାହାଣି ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ଦୁଇ ତାରିଖ ଦିନ ଢଙ୍କସର ଗାଁର ଶରତ କାଣ୍ଡ ନାମକ ଯୁବକଙ୍କ ସହ ଅଭିଯୁକ୍ତ ମାନଙ୍କ ମଧ୍ୟରେ କିଛି କାରଣକୁ ନେଇ ବଚସା ହୋଇ ମାରପିଟ ହୋଇଥିଲା ।

ଏଥିରେ ଶରତ କାଣ୍ଡ ଗୁରୁତର ହୋଇ ପ୍ରଥମେ ଖଡ଼ିଆଳ ପରବର୍ତ୍ତୀ ସମୟରେ ରାୟପୁର ସ୍ଥିତ ଶ୍ରୀ ନାରାୟଣୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ଦଶ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ଖଡ଼ିଆଳ ଏସଡିପିଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.