Latest Odisha News

BREAKING NEWS

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ସାଂସଦ ଅନୁଭବ ମହାନ୍ତିଙ୍କ ଭଡା ଘରେ ଅର୍ବାନ କୋପରଟିଭ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ କରାଯାଇଛି । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ଡରପୁର ଅର୍ବାନ କୋପରଟିଭ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ବ୍ୟାଙ୍କ ପକ୍ଷରୁ ଏହି ଚଢାଉ କରାଯାଇଛି ।

ଖବର ମୁତାବକ, ଅନୁପ୍ରାୟ ଉକ୍ତ ବ୍ୟାଙ୍କ ରୁ ମୋଟା ଅଙ୍କର ଟଙ୍କାର ଋଣ କରିଥିଲେ । ହେଲେ ପରମୁହୁର୍ତ୍ତରେ ସେ ଏହାକୁ ସୁଝି ପାରିନଥିଲେ । ଏନେଇ ଅନୁପ୍ରାସଙ୍କୁ ନୋଟି ମଧ୍ୟ ପଠାଯାଇଥିଲା । ଆଉ ଏବେ ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ପକ୍ଷରୁ ଚଢାଉ କରାଯାଇଛି ।

ଏହି ଚଢାଉରେ ସାମିଲ ଥିବା ଉକ୍ତ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ଯେ, ଅନୁପ୍ରାସ ଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏହି ଋଣ ସୁଝିବାରେ ବିଳମ୍ବ କରିଛନ୍ତି । ତେଣୁ ଆଗାମୀ ଦିନରେ ଖୁବ୍ ଶିଘ୍ର ସେ ଏହି ଟଙ୍କା ସୁଝିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ହେଲେ ଅନୁପ୍ରାସ କେତେ ଟଙ୍କା ବ୍ୟାଙ୍କରୁ ଋଣ ନେଇଥିଲେ ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ଅଧିକାରୀ ଜଣଙ୍କ । ଆଉ ଏହି ଚଢାଉ ବେଳେ ଅନୁପ୍ରାସ ସମ୍ପୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.