Latest Odisha News

BREAKING NEWS

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡିଶାରେ ନାହିଁ ପ୍ରଭାବ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଧିରେ ଧିରେ ଉତ୍ତର ବଙ୍ଗୋପସାଗର ଆଡକୁ ଗତି କରିବ । ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ  । ଏହା ପରେ ଅଧିକ ଘନିଭୂତ ହୋଇ ଉତ୍ତର ପୂର୍ବ ଆଡକୁ ଗତି କରିବ । ଏହା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ତେଣୁ ୨୩ ଓ ୨୪ ତାରିଖରେ ମତ୍ସଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି । ଏହାସହିତ ସମୁଦ୍ରରେ ଥିବା ମତ୍ସଜୀବିମାନଙ୍କୁ ୨୩ ତାରିଖ ପୂର୍ବରୁ ଉପକୂଳକୁ ଫେରିଆସବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।

ତେବେ ଏହାର କୌଣସି ପ୍ରଭାବ ଓଡିଶାରେ ଉପରେ ପଡିବ ନାହିଁ । ଯେଉଁଭଳି ଭାବେ ଓଡିଶାର ସ୍ଥାନେ ସ୍ଥାନେ କାଳବୈଶାଖୀର ପ୍ରଭାବ ରହିଛି, ଆଗାମୀ କିଛି ଦିନ ସେହି ସମାନ ସ୍ଥିତି ବଜାୟ ରହିବି । ଏଥିସହିତ ଆଗାମୀ ୨ରୁ ୩ ଦିନ ପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାକୁ ବିଜୁଳି ଓ ଘଡଘଡି ସହ ବର୍ଷା ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ୨୫ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରହିଥିବା ବେଳେ, ବର୍ଷାରେ ଏହା ଭିଜିପାରେ ବାଲି ଆାକଳନ କରାଯାଇଛି ।

Leave A Reply

Your email address will not be published.