Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶକୁ ଚାଲାଣ ହେଉଥିବା ୧୮ ଲକ୍ଷ ଟଙ୍କାର ଖଇର କାଠ ଜବତ

ବରଗଡ଼: ବନ ବିଭାଗକୁ ବଡ଼ ସଫଳତା। ଏକ ଖଇର କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାରଙ୍କ ନିର୍ଦ୍ଦେଶ ଓ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକଙ୍କ ନେତୃତ୍ଵରେ ବରଗଡ଼ ବନାଞ୍ଚଳ ଅନ୍ତର୍ଗତ ଅତାବିରା ଠାରେ ଜାତୀୟ ରାଜପଥ -୫୩ରୁ ଏକ ଖଇର କାଠ ବୋଝେଇ ଟ୍ରକକୁ ଜବତ କରାଯାଇଛି।

ଟ୍ରକରେ ବୋଝେଇ ଥିବା ଖଇରକାଠ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲିରୁ ଲୋଡିଙ୍ଗ ହୋଇ ସମ୍ବଲପୁର-ଝାରସୁଗୁଡା ବାଟ ଦେଇ ହିମାଚଳ ପ୍ରଦେଶକୁ ଚାଲାଣ ହେଉଥିଲା। ଟ୍ରକରେ ୧୮ଟନ୍ ଖଇର କାଠ ବୋଝେଇ ହୋଇଥିବା ବେଳେ କାଠର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କା ହେବ। ତେବେ ଏହି ଚଢାଉ ବେଳେ ବରଗଡ଼ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଭୋଇ ସମେତ ଅନ୍ୟ ବନ କର୍ମଚାରୀ ସାମିଲ ଥିଲେ।

ତେବେ ଏନେଇ ବରଗଡ଼ ବନାଞ୍ଚଳରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଟ୍ରକ ଡ୍ରାଇଭର ଅଶୋକ ମୁଢାକୁ ଗିରଫ କରାଯାଇ ଆଉ କାହା କାହାର ସଂପୃକ୍ତି ରହିଛି ଏନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବରଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.