Latest Odisha News

BREAKING NEWS

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନୀଙ୍କ ଧମକ

ଦିସପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗୁରୁପତୱନ୍ତ ସିଂ ପନ୍ନୁ ଆସାମର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଏହି ଧମକ ଦେଇଛନ୍ତି । ଖଲିସ୍ତାନୀଙ୍କୁ ଆସାମରେ ରଖାଯାଇ ଯନ୍ତ୍ରଣା ଦିଆଯାଉଛି । ଏହା ଶିଖ ଓ ଭାରତ ସରକାରଙ୍କ ଲଢ଼େଇ ତୁମେ ଏଥିରେ ମୁଣ୍ଡ ପୂରାଇଲେ ସ୍ଥିତି ଭୟଙ୍କର ହେବ । ସୂଚନାଯୋଗ୍ୟ, ଅମ୍ରିତପାଲ ସିଂଙ୍କର ୬ଜଣ ସହଯୋଗୀଙ୍କୁ ଦିବ୍ରୁଗଡ ସେଂଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି । ପନ୍ନୁ ଆହୁରି ମଧ୍ୟ କହିଛନ୍ତି ଭାରତଠାରୁ ପଞ୍ଜାବକୁ ଅଲଗା କରାଯାଉ । ଶାନ୍ତିପୂର୍ବକ ଭାବେ ଜନମତ ସଂଗ୍ରହ କରାଯାଇ ଖଲିସ୍ତାନଙ୍କୁ ସ୍ୱତନ୍ତ୍ର କରାଯାଉ ।

ଆମେ ହିଂସା ଚାହୁଁନି ବୋଲି ପନ୍ନୁ ତାଙ୍କ ଧମକଭରା ମେସଜେରେ କହିଛନ୍ତି । ଅମ୍ରିତପାଲ ଘଟଣାରେ ପଞ୍ଜାବ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଅମ୍ରିତପାଲ ଏବେ ବି ଫେରାର ଅଛି । ଏହି ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ ଆସି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.