Latest Odisha News

BREAKING NEWS

ରିଲିଜ ପୂର୍ବରୁ ବାହୁବଳୀ୨, ଆରଆରଆରକୁ ପଛରେ ପକାଇଲା ପ୍ରଭାସଙ୍କ ସାଲାର

ମାଡ୍ରାସ: ରିଲିଜ ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ସାଲାର ବାହୁବଳୀ୨ ଓ ଆରଆରଆରକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ସାଲାରର ଓଭରସିଜ ରାଇଟ୍ସ ୯୦ କୋଟି ଟଙ୍କାରେ ବିକ୍ରୀ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାଲାରକୁ ଏତେ ଟଙ୍କା ମିଳିଛି । ଏହା ପୂର୍ବରୁ ପ୍ରଭାସ ଅଭିନୀତ ବହୁବଳୀ ୨ ଏବଂ ଆରଆରଆରର ରାଇଟ୍ସ ଯଥାକ୍ରମେ ୭୦ ଓ ୬୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ସାଲାର ୪୦୦ କୋଟି ବଜେଟରେ ନିର୍ମିତ ହେଉଛି । କେଜିଏଫ ଫେମ ପ୍ରଶାନ୍ତ ନୀଲ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ସାଲାରକୁ ଏବେଠାରୁ ୨୦୨ର ବହୂ ପ୍ରତୀକ୍ଷୀତ ଫିଲ୍ମ ଭାବେ ବିବେଚନା କରାଯାଉଛି ।

ଦେଶ ଏବଂ ବିଦେଶରେ ଫିଲ୍ମକୁ ସଫଳ କରାଇବା ପାଇଁ ମେକର୍ସଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି । ବାହୂବଳୀ ପରେ ପ୍ରଭାସଙ୍କ ଚାହିଦା ଆନ୍ତର୍ଜାତୀୟ ମାର୍କେଟରେ ବୃଦ୍ଧି ପାଇଛି । ହୋମ୍ବଲେ ଫିଲ୍ମସ ପ୍ରଡକ୍ସନ ବ୍ୟାନର ତଳେ ଏହା ନିର୍ମିତ ହେଉଛି । ଏତେ ମାତ୍ରାର ଅର୍ଥ ରାଇଟ୍ସ ବାବାଦକୁ ମିଳିଥିବାରୁ ସାଲାର ଟିମ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।

Leave A Reply

Your email address will not be published.