ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ତଥା ଖାନ୍ ସାରଙ୍କୁ ପାଟନା ସିଭିଲ୍ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । କୋର୍ଟ ଖାନ ସାରଙ୍କ ଅଗ୍ରିମ ଜାମିନ ଉପରେ ଆସନ୍ତା ଜୁଲାଇ ୩ରେ ଶୁଣାଣି କରିବେ ବୋଲି ସୂଚନା ରହିଛି ।
ଖାନ ସାରଙ୍କ ଅଙ୍ଗରକ୍ଷୀ ଆର୍ମ୍ସ ଲାଇସେନ୍ସର ବେଆଇନ ବ୍ୟବହାର କରିଛନ୍ତି । ଏହାର ସୂଚନା କୋର୍ଟଙ୍କୁ ସରକାର ଓକିଲଙ୍କ ତରଫରୁ ଦିଆଯାଇଛି । ତେଣୁ ଏହାକୁ ବିଚାର କରି କୋର୍ଟ ଖାନ ସାରଙ୍କ ଅଗ୍ରିମ ଜାମିନ ଉପରେ ଆସନ୍ତା ଜୁଲାଇ ୩ ତାରିଖକୁ ରଖିଛନ୍ତି ।
ନିକଟରେ ପାଟନାର ମୁସଲ୍ଲାପୁରରେ ଖାନ ସାରଙ୍କ କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ ଗୁଳିଚାଳନା ଏବଂ ହିଂସା ଘଟିଥିଲା । ଯେଉଁଥିରେ ଖାନ ସାରଙ୍କ ୨ ଜଣ ଅଙ୍ଗରକ୍ଷୀ ଗୁଳିମାଡ଼ କରିଥିଲେ । ଏଥିରୁ ଜଣେ ଅଙ୍ଗରକ୍ଷୀଙ୍କ ଲାଇସେନ୍ସ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ସେ ବିହାରରେ ବ୍ୟବହାର କରିତିଲେ । ଅନ୍ୟ ଜଣେ ଅଙ୍ଗରକ୍ଷୀଙ୍କ ଲାଇସେନ୍ସ ସର୍ବଭାରତୀୟ ସ୍ତର ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏହି ଲାଇସେନ୍ସ ଆତ୍ମରକ୍ଷା ପାଇଁ ମିଳିଛି । ଅର୍ଥାତ ଏହି ଲାଇସେନ୍ସ ବଳରେ ଅନ୍ୟ କାହାର ଅଙ୍ଗରକ୍ଷୀ ହୋଇପାରିବେ ନାହିଁ । ତେଣୁ ଉଭୟ ଅଙ୍ଗରକ୍ଷୀଙ୍କ ଲାଇସେନ୍ସ ବିହାରରେ ଆର୍ମ୍ସ ଆଇନ ବିରୋଧରେ ବ୍ୟବହାର ହେଉଛି, ଯାହା ଭୁଲ୍ ।
ଉଲ୍ଲେଖଯୋଗ୍ୟ, ନିକଟରେ ପାଟନାର ମୁସଲ୍ଲାପୁରରେ ଖାନ ସାରଙ୍କ କୋଚିଂ ଇନଷ୍ଟିଚ୍ୟୁଟ୍ ବାହାରେ ଗୁଳିଚାଳନା ଏବଂ ହିଂସା ଘଟିଥିଲା । ଏନେଇ କଦୁମକାନ୍ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ସେମାନେ ଖାନ ସାରଙ୍କ ନିର୍ଦ୍ଦେଶରେ ଗୁଳି ଚଳାଇଥିଲେ ବୋଲି କହିଛନ୍ତି ଗାର୍ଡ ମାନେ ।
