ବ୍ରହ୍ମପୁର:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ। ଅଭିଯୁକ୍ତ ମାମୁ ହେଲେ ସିପ୍ରିନ ଦିଗାଲ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ ଦିଗାଲକୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି ।
ସୂଚନାନୁସାରେ, ୨୦୨୨ ଏପ୍ରିଲ ୨୫ ତାରିଖରେ ଗୋଇଲୁଣ୍ଡି ବିଦ୍ୟାନଗରରେ ହୋଇଥିଲା ଏକ ହତ୍ୟାକାଣ୍ଡ। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଶୁଣାଇଛନ୍ତି ରାୟ । ଶିପିରିଆନ୍ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲେ । ଫୁଲବାଣୀ ଜେଲରୁ ପାରୋଲରେ ନିଜ ଭଉଣୀ ଘରକୁ ଆସି ନିଜ ଭାଣିଜୀକୁ କିରୋସିନି ଢ଼ାଳି ହତ୍ୟା କରିଥିଲେ ।
ଗିରଫ ମାମୁ ସିପ୍ରିନ ଦିଗାଲ ଭାଣିଜୀଙ୍କୁ ଖରାପ ନଜରେ ଦେଖୁଥିଲା ଏବଂ ସେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ।
