ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩ ଗୁରୁବାର ଷ୍ଟାର ନାଇଟ ସହ ଉଦଯାପିତ ହୋଇଯାଇଛି । ହେଲେ ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଦୀର୍ଘ ସତର ବର୍ଷ ହେବ ଜାକଜମକର ସହ ଏହି ମହୋତ୍ସବ ପାଳିତ ହୋଇ ଆସୁଅଛି ।
ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ ପାଞ୍ଚ ଦିନ ବ୍ୟାପି ଚାଲିଥିବା ବେଳେ ଲକ୍ଷ୍ୟାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ନେତାମନ୍ତ୍ରୀଙ୍କ ସହ ସାଂସ୍କୃତିକ ଦଳ ମାନେ ଯୋଗଦେଇ ଖଡ଼ିଆଳର ଗୁଣ ଗାଇବା ସହ ଇତିହାସକୁ ମନେ ପକାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ।
ମହୋତ୍ସବର ଶେଷ ରାତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ପରିବହନ ମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀ ପ୍ରମୁଖଯୋଗ ଦେଇଥିଲା । ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ, ଛତିଶଗଡ଼ ମନ୍ତ୍ରୀ, ଜୟପୁର ବିଧାୟକ, ଖଡ଼ିଆଳ NAC ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।
ପାଞ୍ଚ ଦିନ ଧରି ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଛତିଶଗଡ଼, ବିହାର, ରାଜସ୍ଥାନ, ଆସାମ, କୋଲକତାର ସାଂସ୍କୃତିକ ଦଳ ମାନଙ୍କ ସହ ପଶ୍ଚିମ ଓଡିଶାର ସମ୍ବଲପୁରୀ ନୃତ୍ୟ ଓ ଗୀତରେ ମହୋତ୍ସବ ପୁରି ଉଠିଥିଲା । ଏହାସହ ବଲିଉଡ ଷ୍ଟାର ଗାୟକ ଉଦିତ ନାରାୟଣଙ୍କ ଗୀତ ଶୁଣିବାକୁ ମହୋତ୍ସବ ପଡିଆ ଜନ ସମୁଦ୍ର ହୋଇ ଉଠିଥିଲା ।
Comments are closed.