Latest Odisha News

BREAKING NEWS

ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ୫ ରୁ ୧୦ ଲକ୍ଷ ଟଙ୍କା

କୋରାପୁଟ: ମାଓବାଦୀଙ୍କ ନାଁରେ ଲାଗିଛି ପୋଷ୍ଟର । ସେମାନଙ୍କୁ ଧରାଇଲେ ଦିଆଯିବ ପୁରସ୍କାର। ଆଜି ସକାଳୁ କୋରାପୁଟ ବସ୍ ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି । ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIR)ର କଲିକତା କାର୍ଯ୍ୟାଳୟ ତରଫରୁ  ଏହି ମୋଷ୍ଟ ୱ୍ବାଣ୍ଟେଡ ଥିବା ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଯାଇଛି । ସେହି ଚାରି ଜଣ ହେଲେ  ମାଓ ନେତା  ନେଦୁରୁ ଜଗା ରାଓ , ଗଜାରାଲା ରବି , ଜୁଳୁମାରି ଶ୍ରୀନୁ ବାବୁ ଓ ଖିଲ ରଞ୍ଜୁ ।

ସୂଚନା ଦାତାଙ୍କୁ ପୁରସ୍କାର ରାଶି ବାବଦକୁ ୫ ରୁ ୧୦ ଲକ୍ଷ ଟଙ୍କା  ଦିଆଯିବ ବୋଲି ପୋଷ୍ଟରରେ ଲେଖା ହୋଇଛି। ୨୦୦୪ ମସିହାରେ କୋରାପୁଟ ସଦର ମହକୁମାରେ ପୋଲିସ ଷ୍ଟେସନ ଓ  ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ମନେ ପକାଇ, ଆଜି ପ୍ରଥମ ଥର ପାଇଁ ମାଓବାଦୀଙ୍କ ବିରୁଦ୍ଧରେ ଏପରି ପୋଷ୍ଟର ଦେଖି ଲୋକଙ୍କ ମଧ୍ୟରେ ପୁଣି ମାଓବାଦୀଙ୍କୁ ନେଇ ଭୟ ଓ ଚର୍ଚା ଆରମ୍ଭ ହୋଇଛି ।

ତେବେ ଏହି ମାଓବାଦୀ ମାନଙ୍କ ଉପରେ ଦେଶର ଅନେକ ସ୍ଥାନରେ କେସ ଚାଲିଥିବା ବେଳେ NIR ଦ୍ୱାରା ଏହି ପୋଷ୍ଟର ଲଗାଯାଇଥିବା କୋରାପୁଟ ଏସପି ଅଭିନଵ ସୋନକର କହିଛନ୍ତି ।

Leave A Reply

Your email address will not be published.