Latest Odisha News

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ ନେବା ପାଇଁ ଘୋଷଣା କରିବା ପରେ ଶାହାରୁଖ ଖାଁଙ୍କ ପ୍ରଶଂସକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଡନ ଫ୍ରାଂଚାଇଜରେ ଏହା ପୂର୍ବର ପ୍ରିୟଙ୍କା ଚୋପ୍ରା ହିରୋଇନ ରହି ଆସିଥିଲେ । ଏବେ କିଆରାଙ୍କୁ ତାଙ୍କ ବଦଳରେ ସାମିଲ କରାଯାଇଛି । ଚଳିତ ବର୍ଷ ଅଗଷ୍ଟରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି ।

BjdElectrycity

ଏବେ ପ୍ରି ପ୍ରଡକ୍ସନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଉଦ୍ୟମ କରାଯାଉଛି । ଖୁବ ଶୀଘ୍ର ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟଙ୍କ ନାମ ଘୋଷଣା କରାଯିବ ବୋଲି ପରହାନ କହିଛନ୍ତି । ସୂଚନାଯୋଗ୍ୟ, ଏହି ଫିଲ୍ମରେ ଇମ୍ରାନ ହାସମୀ ଖଳନାୟକ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅମିତାଭ ବଚ୍ଚନଙ୍କ ପରେ ଶାହାରୁଖ ଡନ ଭୂମିକାରେ ବେଶ ଲୋକପ୍ରିୟ ହୋଇଥିଲେ । ଏବେ ସମସ୍ତଙ୍କ ନଜର ନୂଆ ଡନ ରଣବୀରଙ୍କ ଉପରେ ରହିଛି ।

Leave A Reply

Your email address will not be published.