Latest Odisha News

BREAKING NEWS

ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !

ବଲାଙ୍ଗୀର:ତୁରେକେଲା ବ୍ଲକ ଅନ୍ତର୍ଗତ ଧମାନଡଙ୍ଗା ପଞ୍ଚାୟତର କନ୍ଧବାହାଲ ଗାଁରେ କିଡନୀ ରୋଗ ଆତଙ୍କ। ବର୍ଷକ ଭିତରେ ୨୫ରୁ ଅଧିକ ଜଣଙ୍କ କିଡନିରେ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ୫୦ରୁ ଅଧିକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି।

ଗାଁରେ ସ୍ୱଚ୍ଛ ପିଇବା ପାଣିର ଅଭାବ ହିଁ ମାରାତ୍ମକ ରୋଗର କାରଣ ସାଜିଥିବା ଅଭିଯୋଗ ହୋଇଛି ।

ଗାଁର ପରାଭୁଏ ପଡା, ସ୍କୁଲ ପଡା ଓ ବସ୍ତି ଅଞ୍ଚଳରେ ସ୍ଥିତି ସଙ୍ଗୀନ। ଘରେ ଘରେ ଦେଖିବାକୁ ମିଳୁଛନ୍ତି କିଡ୍‌ନି ରୋଗୀ।

ଏପଟେ ସ୍ୱାସ୍ଥ୍ୟ ବିଭାଗର ନିଘା ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହି ରୋଗର ଶିକାର ହେଲେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ କେହିନାହାନ୍ତି । ରୋଗ ହେଲେ ଚେରମୂଳି ଉପରେ ଭରସା କରି କରି ବଞ୍ଚିଛନ୍ତି ଲୋକେ ।

 

 

Comments are closed.