Latest Odisha News

BREAKING NEWS

ତାଞ୍ଜାନିଆ ଭାଇ ଭଉଣୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ତାଞ୍ଜାନିଆର କିଲି ପଲ ଓ ତାଙ୍କ ଭଉଣୀ ନୀମା ପଲ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚିତ । ଏବେ ଏହି ଭାଇଭଉଣୀ ଉତ୍କଳ ଦିବସରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଗାଇ ସେମାନେ ଓଡ଼ିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି ।

BjdElectrycity

ନିକଟରେ ଏହି ଭାଇ ଭଉଣୀ ‘ଭଲ ପାଉଛି ତତେ ମୁଁ ଶହେରୁ ଶହେ’ ଓଡ଼ିଆ ଆଧୁନିକ ଗୀତରେ ରିଲ୍ସ କରି ଓଡ଼ିଆଙ୍କ ମନ ଜିଣିଥିଲେ । ପୂର୍ବରୁ ବଲିଉଡ଼ ଗୀତରେ ରିଲ୍ସ କରି ସୋସିଆଲ ମିଡ଼ିଆରେ ଛାଇ ଯାଇଥିଲେ । ବିଦେଶ ଓ ଦେଶରେ ବେଶ୍ ପ୍ରଶଂସା ସାଉଁଟିଥିଲେ ।

Leave A Reply

Your email address will not be published.