Latest Odisha News

BREAKING NEWS

ଏକଚ୍ଛତ୍ରବାଦ ଶାସକଙ୍କ ନୂଆ ଆଦେଶ, ହଲିଉଡ ଫିଲ୍ମ ଦେଖିବା ମନା

ପେଙ୍ଗୟଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ଅନୁସାରେ ଏଣିକି ଉତର କୋରିଆରେ ହଲିଉଡ ଫିଲ୍ମ କେହି ଦେଖିପାରିବେ ନାହିଁ । ଯେଉଁ ପିଲାମାନେ ଫିଲ୍ମ ଦେଖିବେ ତାଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ ଜେଲଦଣ୍ଡ ଦିଆଯିବ । ଏହା ବ୍ୟତୀତ ୬ ମାସ ଲେବର କ୍ୟାମ୍ପରେ ଖଟିବାକୁ ପଡିବ । ପୂର୍ବରୁ ହଲିଉଡ ଫିଲ୍ମ ଦେଖିବା ଉପରେ କଟକଣା ଥିଲା । ମାତ୍ର ଦଣ୍ଡାଦେଶକୁ ଏତେ କଠୋର କରାଯାଇ ନ ଥିଲା । ହଠାତ କିମ କାହିଁକି ଏ ଭଳି କଠୋର ନିଷ୍ପତି ନେଲେ ତାହା ବୁଝା ପଡୁନି ।

BjdElectrycity

ସେ କିନ୍ତୁ ସଫେଇ ଦେଇ କହିଛନ୍ତି, ବିଦେଶୀ ଫିଲ୍ମ ଦେଖିଲେ ପିଲାମାନଙ୍କ ମନରେ ଦେଶ ବିରୋଧୀ ମନୋଭାବ ବୃଦ୍ଧି ପାଇବ । ଏହା ବ୍ୟତୀତ ବିଦେଶୀ ଧୂନ ବିଶେଷ କରି ଦକ୍ଷିଣ କୋରିଆ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କଲେ ମୃତ୍ୟୁଦଣ୍ଡ ଦିଆଯିବ । କିଛି ଦିନ ତଳେ ୨ଜଣ ଯୁବକଙ୍କୁ ଏଥି ନେଇ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.