Latest Odisha News

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨ ଫେବ୍ରୁଆରୀ ତୁଳନାରେ ୨୦୨୩ ଫେବ୍ରୁଆରୀରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢ଼ିଛି ।

ଦେଶରେ ଫେବ୍ରୁଆରୀ ମାସରେ ୧, ୪୯, ୫୭୭ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି । ଯେଉଁଥିରେ ୨୭, ୬୬୨ କୋଟିର କେନ୍ଦ୍ରୀୟ ଜିଏସଟି ରହିଥିବା ବେଳେ ୩୪, ୯୧୫ କୋଟି ରାଜ୍ୟ ଜିଏସଟି ଏବଂ ୭୫, ୦୬୯ କୋଟି ଆନ୍ତଃ ରାଜ୍ୟ ଜିଏସଟି ରହିଛି ।

୨୦୨୩ ଫେବ୍ରୁଆରୀରେ ଦେଶର ଜିଏସଟି ଆଦାୟ ୧୨ ପ୍ରତିଶତ ବଢ଼ିଛି । ଗତବର୍ଷ ଦେଶରେ ୧, ୩୩, ୦୨୬ କୋଟି ଜିଏସଟି ଆଦାୟ ହୋଇଥିଲା । ତେବେ ଜିଏସଟି ଲାଗୁ ହେବା ଠାରୁ ୨୦୨୩ ଫେବ୍ରୁଆରୀରେ ସର୍ବାଧିକ ସେସ୍ ସଂଗ୍ରହଣ ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।

Leave A Reply

Your email address will not be published.