Latest Odisha News

ବର୍ଷେ ପରେ ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ 

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ନିଖୋଜ ରହିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ । ରି ସୋଲଜୁ ସ୍ୱାମୀ କିମ ଜୋଙ୍ଗ ଉନଙ୍କ ସହ ନଜର ଆସିଛନ୍ତି । 

BjdElectrycity

ଉତ୍ତର କୋରିଆରେ ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମଦିନକୁ ‘ଡେ ଅଫ ଦ ଶାଇନିଂ ଷ୍ଟାର୍ ଭାବେ’ ପାଳନ କରାଯାଏ । କିମ ଜୋଙ୍ଗ-୨ଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ଏକ କନ୍ସର୍ଟରେ ଉଭୟ କିମ୍ ଜୋଙ୍ଗ୍ ଓ ପତ୍ନୀ ଏକାଠି ଉପସ୍ଥିତ ହୋଇଥିଲେ ।

ରି ସୋଲଜୁ ଅନେକ ଦିନ ଗାୟବ ରହିବାରୁ ଇଣ୍ଟରନେଟରେ ଅନେକ କଳ୍ପନାଜଳ୍ପନା ହୋଇଥିଲା । କେହି କେହି ସନ୍ଦେହ କରୁଥିଲେ ଯେ, କିମ୍ ଜୋଙ୍ଗ୍ ଉନ ତାଙ୍କ ହତ୍ୟା କରିଦେଇଛନ୍ତି । ହେଲେ ଏତେ ଲମ୍ବା ବ୍ୟବଧାନ ପରେ ତାଙ୍କୁ ଦେଖି ଉତ୍ତର କୋରିଆବାସୀ ବହୁତ ଖୁସି ହୋଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ସଙ୍ଗୀତ ସମାରୋହକୁ କରତାଳି ସହ ଗୀତ ଗାଇ ସେଲେବ୍ରେଟ କରିଥିଲେ ।

ରି ସୋଲଜୁ ପାଖାପାଖି ଏକବର୍ଷ ହେବ ସେ କୌଣସି କାର୍ଯ୍ୟକ୍ରମ ବା ସମାରୋହରେ ଯୋଗ ଦେଇନାହାଁନ୍ତି । ଏପରିକି ଗତ ଏକବର୍ଷ ମଧ୍ୟରେ ସେ କୌଣସି ବାହାର ଦେଶକୁ ବି ଯାତ୍ରା କରିନାହାଁନ୍ତି ।  ସେ କିମ୍ ଜୋଙ୍ଗ ଉନଙ୍କ ବନାଇଥିବା କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରୁଥିଲେ । ଯାହା ଦେଶବାସୀଙ୍କୁ ଏକ ସଚେତନତାର ବାର୍ତ୍ତା ଦେବ ।

Leave A Reply

Your email address will not be published.