Latest Odisha News

ଓଡ଼ିଶାରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କରୋନା ଭାଇରସର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ସରକାର ଆଲର୍ଟ ମୋଡରେ ଅଛନ୍ତି । ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର କହିଛନ୍ତି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ ଏକ ରୂପ, ଯେପରି ବ୍ରିଟେନ ଭୂତାଣୁ ଥିଲା । ସଂକ୍ରମଣ ଶକ୍ତି ଅଧିକ ଥିଲେ ବି ଆମେ ଯେଉଁଭଳି ପଦକ୍ଷେପ ନେଲୁ, ବ୍ୟାପିଲା ନାହିଁ। ଦକ୍ଷିଣ ଆଫ୍ରିକା ଭୂତାଣୁ ବି କରୋନାର ମ୍ୟୁଟେସନ୍ । ଏଥିରେ କୋଭିଡ୍ ଟିକା କାମ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

BjdElectrycity

ଅନ୍ୟପଟେ କେନ୍ଦ୍ର ସରକାର ସବୁ ରାଜ୍ୟର ଟୀକାକରଣ ସ୍ଥିତି ନେଇ ବୈଠକ କରିଛନ୍ତି । ଓଡ଼ିଶାର ପ୍ରଦର୍ଶନ ସର୍ବଭାରତୀୟ ସ୍ତରରେ ଭଲ ଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରତି ସେସନରେ ଆଭରେଜ ୯୦ ପ୍ରତିଶତ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଉଛି ।

ତା’ଛଡ଼ା ଦେଶର ଅନ୍ୟ ସବୁ ରାଜ୍ୟରେ ଅଧିକ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଉଥିବା ବେଳେ ଓଡ଼ିଶାରେ କମ୍ ରହିଛି । ଆଗଧାଡ଼ିର ଯୋଦ୍ଧାମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୬୯୯ ଜଣଙ୍କୁ ଟିକା ଦିଆଯାଇଛି । ଯାହା ଟାର୍ଗେଟର ୬୦ ପ୍ରତିଶତରୁ ଅଧିକ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.