Latest Odisha News

BREAKING NEWS

ବନ୍ଦ ହୋଇଗଲା ଅଜୟ, ଅମୀର, ସଲମାନଙ୍କ ଏହି ସବୁ ଫିଲ୍ମ

ମୁମ୍ବାଇ: ବଲିଉଡର ଏବେ ଖରାପ ବେଳା ଚାଲିଛି କହିଲେ ଭୁଲ ହେବନି । ସୁଶାନ୍ତ ସିଂ ରାଜପୁତଙ୍କ ଅଭିଶାପ ସତେ ଯେପରି ଏହାକୁ ଗ୍ରାସ କରିଛି । ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ପ୍ରଡ୍ୟୁସରମାନଙ୍କୁ ଘାରିଛି ଭୟ । ଏପରିକି କେତେକ ବହୁ ଚର୍ଚ୍ଚିତ ଫିଲ୍ମ ଡବାରେ ପଡିଯାଇଛି । ଏହା ମଧ୍ୟରେ ଅଜୟ ଦେବଗାନ, ଅମୀର ଖାଁ, ସଲମାନ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ଏଥିରେ ସାମିଲ । ଦୀପିକା ପାଦୁକୋନଙ୍କ ଦି ଇଟର୍ଣ୍ଣ ଓ ଦ୍ରୌପଦୀ ଫିଲ୍ମ ଆଗକୁ ବଢ଼ିବା ପରି ଆଉ ଲାଗୁନି । ଜାନୁୟାରୀ ୨୦୨୦ରେ ଦି ଇଂଟର୍ଣ୍ଣର ହିନ୍ଦୀ ରିମେକର ଘୋଷଣା କରାଯାଇଥିଲା । ଦୀପିକାଙ୍କ ସହ ରିଷି କାପୁର ରହିଥିଲେ । ତେବେ ରିଷିଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନଙ୍କୁ ଏହା ଅଫର କରାଯାଇଥିଲା । କିଛି ଦିନ ପରେ ଦୀପିକା ଏଥିରେ ଅଲଗା ହୋଇ ଯାଇଥିଲେ । ତାଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନିଆ ଯାଇଥିଲା । ଏବେ ଫିଲ୍ମର କିଛି ଖବର ନାହିଁ ।

ସେହିପରି ମଧୁ ମେଂଟନା ଦୀପିକାଙ୍କୁ ନେଇ ଦ୍ରୌପଦୀ ଫିଲ୍ମ କରିବା ପାଇଁ ଅଂଟା ଭିଡିଥିଲେ । ଏବେ ସେ ଦ୍ରୌପଦୀ ବଦଳରେ ତାଙ୍କୁ ନେଇ ରାମାୟଣ ଫିଲ୍ମ କରିବେ ବୋଲି କହୁଛନ୍ତି । ନୀରଜ ପାଣ୍ଡେ ୨୦୧୮ରେ ଅଜୟ ଦେବଗାନଙ୍କୁ ନେଇ ଚାଣକ୍ୟ ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ । ତେବେ ଫିଲ୍ମର ପ୍ରସ୍ତୁତି ଆଗେଇ ପାରି ନ ଥିଲା । ଦୃଶ୍ୟମ ୨ ପରେ ଅଜୟ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ନୀରଜଙ୍କ ଚାଣକ୍ୟରେ ଅଭିନୟ କରୁନି । ଲାଲ ସିଂ ଚଢ଼ା ଫିଲ୍ମ ଫ୍ଲପ ହେବା ପରେ ଟିସିରିଜ ଗୁଲଶନ କୁମାରଙ୍କ ବାୟୋପିକ ମୋଗଲକୁ କିଛି ଦିନ ପାଇଁ ଘୁଂଚାଇ ଦେଇଛନ୍ତି । ଏହି ଫିଲ୍ମରେ ଅମୀରଙ୍କୁ ମୂଖ୍ୟ ଭୂମିକା ଦିଆ ଯାଇଥିଲା । ଏବେ ଏହାର ଶୁଟିଂ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଗୁଲଶନଙ୍କ ପତ୍ନୀ ଫିଲ୍ମର ସ୍କ୍ରିପ୍ଟ ଏବଂ ହୀରୋକୁ ନେଇ ଅସନ୍ତୁଷ୍ଟ ଥିଲେ । ଅନୁରାଗ କାଶ୍ୟପ ଗୁଲାବ ଜାମୁନ ଫିଲ୍ମରେ ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟ ରାୟଙ୍କୁ ନେଇଥିଲେ । ଏହାର ନିର୍ଦ୍ଦେଶନା ସର୍ବେଶ ମେୱାଡା କରିଥାନ୍ତେ । ଫିଲ୍ମ କିନ୍ତୁ କଳାକାର ଚୟନ ପରଠାରୁ ଆଉ ଆଗକୁ ଯାଇ ପାରୁ ନାହିଁ । ମେକର୍ସଙ୍କ ପକ୍ଷରୁ ମଧ୍ୟ କିଛି ଘୋଷଣା କରାଯାଇ ନାହିଁ ।

ସଲମାନ ଖାଁଙ୍କୁ ନେଇ ଚର୍ଚ୍ଚିତ ଫିଲ୍ମମେକର ସଞ୍ଜୟ ଲୀଲା ଭନ୍ସାଲୀ ଇନଶାହଆଲ୍ଲା ଫିଲ୍ମ କରିବା ପାଇଁ ଯୋଜନା କରିଥିଲେ । ତେବେ ସଞ୍ଜୟ ଓ ସଲମାନଙ୍କ ମଧ୍ୟରେ ଭଲ ନ ପଡିବାରୁ ଏହାକୁ ବନ୍ଦ କରି ଦିଆଯାଇଛି । ଦି ସର୍ଜିକାଲ ଷ୍ଟ୍ରାଇକ ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଭିକ୍କି କୌଶଲଙ୍କୁ ନେଇ ଦି ଇର୍ମୋଟାଲ ଅଶ୍ୱଥମା ଫିଲ୍ମର ଘୋଷଣା କରିଥିଲେ । ଏହାର ବିଷୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ତେବେ ଫିଲ୍ମର ବିଗ ବଜେଟ ଦେଖି ରନୀ ସ୍କ୍ରିୱାଲା ପ୍ରଡ୍ୟୁସ କରିବାକୁ ଓହରି ଯାଇଥିଲେ । ଜିୟୋ ଷ୍ଟୁଡିୟୋ ପ୍ରଥମେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଶେଷରେ ସେମାନେ ମଧ୍ୟ ଏଥିରୁ ଓହରି ଯାଇଛନ୍ତି । କରନ ଜୋହରଙ୍କ ବ୍ୟୟ ବହୂଳ ତଖତ ମଧ୍ୟ ଏଥିରେ ସାମିଲ ।

Leave A Reply

Your email address will not be published.