Latest Odisha News

BREAKING NEWS

କିଙ୍ଗ୍ ଖାନଙ୍କ ଅଭିନିତ ବିଜ୍ଞାପନର ନିର୍ଦ୍ଦେଶନା ଦେଲେ ପୁଅ ଆର୍ଯ୍ୟନ୍

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ୍ ଏବେ ପୁଣି ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା ‘ପଠାନ୍‌’ର ସଫଳତା ପ୍ରମାଣିତ କରିଛି ଯେ ଆଜି ବି ସାରା ବିଶ୍ୱରେ ଲୋକମାନେ ଶାହରୁଖଙ୍କୁ ବଡ଼ ପରଦାରେ ଦେଖି ଉତ୍ସାହିତ ଅଛନ୍ତି । ଏବେ ତାଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

ଆର୍ଯ୍ୟନ୍ ଖାନ୍ ଏବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଏବେ ଏକ ନୂତନ ବିଜ୍ଞାପନର ଟିଜରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାର ନିର୍ଦ୍ଦେଶନା ତାଙ୍କ ପୁଅ ଆର୍ଯ୍ୟନ୍ ଦେଇଛନ୍ତି । ଆର୍ଯ୍ୟନ୍ ଏହି ବିଜ୍ଞାପନ ସହିତ ନିର୍ଦ୍ଦେଶକ ଭାବରେ ନିଜକୁ ପରିଚିତ କରାଉଛନ୍ତି ।
ଏହି ବିଜ୍ଞାପନର ଟିଜରରେ ଶାହାରୁଖ ଏକ ଆକ୍ସନ୍‌-ପ୍ୟାକ୍ ଲୁକ୍‌ରେ ନଜର ଆସିଛନ୍ତି, ଯାହା ଦେଖିବା ପରେ ପ୍ରଶଂସକମାନେ ପୁରା ଭିଡିଓ ପାଇଁ ବହୁତ ଉତ୍ସାହିତ ହୋଇଛନ୍ତି । ଏଥି ସହ ଶାହାରୁଖ କ୍ୟାପସନରୁ ପ୍ରକାଶ କରିଛନ୍ତି ଯେ ବିଜ୍ଞାପନର ସମ୍ପୂର୍ଣ୍ଣ ଭିଡିଓ ମଙ୍ଗଳବାର ମୁକ୍ତିଲାଭ କରିବ ।

Leave A Reply

Your email address will not be published.