Latest Odisha News

BREAKING NEWS

ଜାତୀୟ ଓପନ ଜାଭେଲିନ୍ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଲେ ଓଡିଶାର କିଶୋର

ଭୁବନେଶ୍ୱର: ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଜାତୀୟ ଓପନ ଜାଭେଲିନ ଥ୍ରୋ ଚାମ୍ପିୟନଶିପରେ ବାଜି ମାରିଛନ୍ତି ଓଡିଶାର କିଶୋର କୁମାର ଜେନା । କିଶୋରଙ୍କ ଏହା ପ୍ରଥମ ଜାତୀୟ ଟାଇଟଲ । ସେ ୭୪.୨୬ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ରାଜସ୍ଥାନର ହରିଶ କୁମାର ଏବଂ ଦିଲ୍ଲୀର ବିପିନ କିଶନ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ ୬୮ତମ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ କିଶୋର ୭୬.୪୧ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ରାଜ୍ୟ ରେକର୍ଡ ଭଙ୍ଗ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଶୋରଙ୍କୁ ଏହି ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.