Latest Odisha News

BREAKING NEWS

କିଟ୍ ଏବଂ କିସ ଠାରେ ଚେସ ଅଲମ୍ପିଆଡ଼ ରିଲେକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ । କିଟ୍‍ ଓ କିସ୍‍ ରାସ୍ତାର ବିଭିନ୍ନ ସ୍ଥାନରେ ଟର୍ଚ୍ଚକୁ ସ୍ୱାଗତ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥଲା ।

ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚବି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ଚେସ୍‍ ଖେଳାଳି ପଦ୍ମିନୀ ରାଉତ, ଅପରାଜିତା ଗୋଛିକାର, ଅଲ୍‍ ଓଡ଼ିଶା ଚେସ୍‍ ଆସୋସଏି ସନ୍‍ର ସଭାପତି ଜି. ସି ମହାପାତ୍ର, ସମ୍ପାଦକ ଦେବବ୍ରତ, ଅଲ୍‍ ଇଣ୍ଡିଆ ଚେସ୍‍ ଫେଡେରେସନ୍‍ର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ଓ କିସରେ ଏହି ଟର୍ଚ୍ଚ ରିଲେକୁ ବିପୁଳ ସଂଖ୍ୟକ ବ୍ୟକ୍ତଙ୍କି
ଦ୍ୱାରା ସ୍ୱାଗତ କରାଯାଇଥିଲା ।

ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ପ୍ରଥମ ଥର ଲାଗି ଚେସ୍‍ ଅଲିମ୍ପିଆଡ୍‍ ଅନୁଷ୍ଠତି ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ଗତ ଜୁନ୍‍ ୧୯ ତାରିଖରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେର ଉଦ୍‍ଘାଟନ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏହି ଟର୍ଚ୍ଚ ରିଲେ ଦେଶର ୭୫ଟି ପ୍ରମୁଖ ସହର ପରିକ୍ରମା କରିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚଥିଲା ।

ଏହି ଟର୍ଚ୍ଚ ରିଲେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶା ଲୋକସେବା ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରିଥିଲେ । ଏଠାରେ ଚେସ୍‍ ଅଲିମ୍ପିଆଡ୍‍ ଆୟୋଜକ କମିଟିର ସଦସ୍ୟ ତଥା କିଟ୍‍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ
ସାମନ୍ତ ମଧ୍ୟ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.