Latest Odisha News

BREAKING NEWS

କ୍ଲାସେନଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଶାଳ ଲକ୍ଷ୍ୟ ରଖିଛି । ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଏହା ସର୍ବାଧିକ ସ୍କୋର । ପାକିସ୍ତାନ ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ୩୪୯ ରନର ଲକ୍ଷ୍ୟ ରଖିଥିଲା । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହେନରିକ କ୍ଲାସେନ ୧୦୯ ରନର ଇନିଂସ ଖେଳିଥିଲେ । ସେ ମାତ୍ର ୬୭ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ଏହି ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୀଜା ହେନଣ୍ଡ୍ରିକ୍ସ ୮୫, ରୋସି ଭେନ ଡେର ଡୁସେନ ୬୦, ଆଇଡେନ ମାର୍କରାମ ୪୨ ରନ କରିଥିଲେ । ଶେଷ ଭାଗରେ ମାର୍କୋ ଜାନେସନ ବିସ୍ଫୋରକ ୪୨ ବଲରେ ୭୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ରୀସେ ଟୋପଲେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗସ ଆଟିକସନ ଓ ଅଡିଲ ରଶିଦ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରେ ୨ଟି ବିଜୟ ହାସଲ କରିଥିବା ବେଳେ ଇଂଲଣ୍ଡ ୩ଟି ମ୍ୟାଚରୁ ଗୋଟିକରେ ବିଜୟ ହୋଇଛି । ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିବାକୁ ହେଲେ ଇଂଲଣ୍ଡ ଏହି ମ୍ୟାଚରେ ବିଜୟ ଆବଶ୍ୟ କରୁଛି ।

Leave A Reply

Your email address will not be published.