ଭୁବନେଶ୍ୱର: ସୁଲୋଚନା ଦାସ । ଏହି ବିଜେଡି ନେତ୍ରୀ ମହାନଗର ନିଗମ ନିର୍ବାଚନରେ ଭୁବନେଶ୍ୱରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟୀ ହୋଇ ସେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ମେୟର ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ କଡା ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ମଧ୍ୟ ସୁଲୋଚନା ୬୧ ହଜାର ୮୭ ଭୋଟ୍ରେ ବିଜୟ ହୋଇଛନ୍ତି। ସୁଲୋଚନାଙ୍କୁ ୧ ଲକ୍ଷ ୭୪ ହଜାର ୪୮୭ ଭୋଟ୍ ମିଳିଥିବାବେଳେ ବିଜେପିର ସୁନୀତି ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ମିଳିଛି ସେହିଭଳି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧ ହଜାର ୬ ଖଣ୍ଡ ଭୋଟ୍ ମିଳିଛି।
ଭୁବନେଶ୍ୱରର ନବ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା ସାମ୍ବାଦିକତାରୁ । ଇଟିଭି ନ୍ୟଜ ଓଡ଼ିଆର ଭୁବନେଶ୍ୱର ପ୍ରତିନିଧି ପରେ ବ୍ୟୁରୋ ହେଡ୍ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ସ୍ୱାମୀ ପ୍ରଫୁଲ ଦାସ ମଧ୍ୟ ଓଡ଼ିଶା ସାମ୍ବାଦିକତାରେ ସକ୍ରିୟ। ସୁଲୋଚନା ୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ସେ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମେ କଂଗ୍ରେସର ମୁଖପାତ୍ର ଭାବରେ ସେ ଦାୟିତ୍ୱ ତୁଲାଉଥିଲେ ପରେ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହୋଇଥିଲେ।
ଏହାପରେ ସେ ହଠାତ୍ ୨୦୧୭ରେ ବିଜେଡିରେ ଯୋଗ ଦେଇଥିଲେ। ପ୍ରାଥମିକ ଭାବେ ଦଳ ତାଙ୍କୁ ବିଜେଡିର ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା। କିନ୍ତୁ ୨୦୧୯ରେ ବିଜେଡି ପୁଣିଥରେ କ୍ଷମତାକୁ ଆସିବା ପରେ ସେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ଵ ତୁଲାଉଥିଲେ। ମେୟର ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି।
Comments are closed.