Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୧ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶନିବାର ଦିନ ଆଉ ୧ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ଏହା ମଧ୍ୟକୁ ବର୍ତ୍ତମାନ ସୁଦ୍ଧା ୮ଟି ଗେଟ୍ ଦେଇ ସେକେଣ୍ଡ ପିଛା ୧,୨୦,୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୪୮,୦୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ମିଳିଥିବା ସୂଚନାନୁଯାୟୀ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଉପର ମୁଣ୍ଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୦୮.୩୧ ଫୁଟକୁ ଛୁଇଁଛି ।

Leave A Reply

Your email address will not be published.