Latest Odisha News

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଏହାର ଅନ୍ୟ ନାମ ବି ରହିଛି । ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ସମସ୍ତେ ଜାଣିଛନ୍ତି । ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ବ୍ରତ ଧାରଣ କରିଲେ ସବୁ ମାନସିକ ରୋଗ ଏବଂ କଷ୍ଟ ଦୂର ହୋଇଥାଏ ।ସବୁ ପାପ ମଧ୍ୟ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ପ୍ରଭୁ କୃଷ୍ଣ ଗୀତାର ଉପଦେଶ ଦେଇଥିଲେ । ସେଥିପାଇଁ ଏଇ ଦିନ ରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଅନେକ ସ୍ଥାନରେ ଭଗବାନ ବିଷ୍ଣୁଙ୍କ ସହ ପ୍ରଭୂ କୃଷ୍ଣଙ୍କର ମଧ୍ୟ ପୂଜା କରାଯାଇଥାଏ ।

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମୋହ,ମାୟା ସବୁ ରୋଗର ମୂଳ କାରଣ ।ଏହା ଦ୍ୱାରା ମଣିଷ ର ଭିତର ଅଂଶ ରେ ଥିବା ଅନେକ ରୋଗ ସୃଷ୍ଟି ହୋଇଥାଏ । ମୋକ୍ଷଦା ଏକାଦଶୀ ବ୍ରତ ରଖିଲେ ଅନେକ ପ୍ରକାରର ମାନସିକ ରୋଗ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ପଦ୍ମ ପୁରାଣରେ କୁହାଯାଇଛି ଯେ ମୋକ୍ଷଦା ଏକାଦଶୀ ପାପକୁ ନାଶ କରିଥାଏ ।

ମୋକ୍ଷଦା ଏକାଦଶୀ ଵ୍ରତ ପାଳନର ବିଧି:

ଏକାଦଶୀ ଦିନ ସକାଳ ସମୟରେ ନିତ୍ୟ କର୍ମ ସମାପ୍ତ ପରେ ବ୍ରତ ଧାରଣ କରିପାରିବ । ଏହା ପରେ ମୋକ୍ଷଦା ଏକାଦଶୀ ଵ୍ରତ ଧାରଣ କରିବାର ସଂକଳ୍ପ ନିଅନ୍ତୁ । ।ପୂଜା ସ୍ଥାନ ରେ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ ଵିଧି ପୂର୍ବକ ପୂଜାର୍ଚ୍ଚନା କରିବେ । ଏଇ ଦିନରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରା ଯାଇଥାଏ । ଏହି ଦିନ ରେ ଗୀତ ପାଠ କରିଲେ ଉତ୍ତମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.