Latest Odisha News

BREAKING NEWS

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର, ମିଳିବ ନିଶ୍ଚିତ ସଫଳତା…

ହିନ୍ଦୁ ଧର୍ମ ଅନୁସାରେ ପଞ୍ଚ ଦେବତା ମଧ୍ୟରେ ସୂର‌୍ୟ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ସୂର‌୍ୟ୍ୟ ଦେବତା ସମଗ୍ର ପୃଥିବୀରେ ସାକ୍ଷାତ ଦେବତା ରୂପରେ ଦର୍ଶନ ଦେଇଥାନ୍ତି । ଅର୍ଥାତ ଜୀବନଯାପନ କରିବା ପାଈଁ ସୂର‌୍ୟ୍ୟଦେବତା ଆବଶ୍ୟକ ଅଟନ୍ତି । ସେ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି ଆପଣଙ୍କ ଜାତକ ରେ ସୂର‌୍ୟ୍ୟଦେବ ଠିକ ସ୍ଥାନରେ ରହିଛନ୍ତି ତାହା ହେଲେ ରାଜପଦ ପ୍ରାପ୍ତ ହୋଇଥାଏ ।

ଏମିତି ବ୍ୟକ୍ତି ମାନେ ସମସ୍ତ ସମ୍ମାନ ପାଇଥାନ୍ତି । ସରକାରୀ ଚାକିରୀ ପାଇବା ପାଇଁ ଆପଣଙ୍କ ଜାତକରେ ସୂର‌୍ୟ୍ୟଙ୍କ ସ୍ଥାନ ଠିକ ସ୍ଥାନରେ ରହିବା ଦରକାର । ସୂର‌୍ୟ୍ୟ ଦେବତାଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିର ସବୁ ଅସୁଭତ୍ୱ ଦୂର ହୋଇଯାଇଥାଏ । ବ୍ୟକ୍ତିଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ସମସ୍ତ ଗ୍ରହ ଅନୁକୂଳ ହୋଇଯାନ୍ତି । ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ । ଖାସ କରି ରବିବାର ଦିନ , ସେଇ ଦିନ ଯେଉଁ ବ୍ୟକ୍ତି ସୂର‌୍ୟ୍ୟଦେବଙ୍କୁ ଜଳ ଅର୍ପଣ କରି ଦିନ ର ଆରମ୍ଭ କରିଥାଏ । ସେଭଳି ବ୍ୟକ୍ତି ଜୀବନରେ କେବେ ବି ହାରି ନ ଥାଏ ।

ସୂର‌୍ୟ୍ୟଦେବଙ୍କୁ ଜଳ ଅର୍ପଣ କରିବାର ମହିମା ଓ ଲାଭ ସମ୍ପର୍କରେ ଶାସ୍ତ୍ରରେ ଵର୍ଣ୍ଣନା ରହିଛି । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ, ରାମ ଙ୍କ ଅବତାର ନେଇଥିଲେ । ସେହି ସମୟରେ ମଧ୍ୟ ଭଗବାନ ବିଷ୍ଣୁ ସୂର‌୍ୟ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ । ସୂର‌୍ୟ୍ୟଦେବଙ୍କ ଆଶିର୍ବାଦ ସ୍ୱରୂପ ହିଁ ରାବଣ ର ସବୁ ପ୍ରୟାସ କୁ ବିଫଳ କରିବାରେ ଭଗବାନ ରାମ ସକ୍ଷମ ହୋଇଥିଲେ ।

ସୂର‌୍ୟ୍ୟଦେବଙ୍କୁ ଆରାଧନା କରିବା ଦ୍ୱାରା ଆପଣଙ୍କ ର ସବୁ ଅସୁବିଧା ଆପଣଙ୍କ ଠାରୁ ଦୁରେଇଯିବ । ଚାକିରୀ ରେ ଅସୁବିଧା ଦୂର ହେବ । ତାହା ସହିତ ଚାକିରୀ ରେ ପଦୋନ୍ନତି ହେବ ।

ଯେଉଁ ବ୍ୟକ୍ତି ସବୁ ରବିବାର ଦିନ ସୂର‌୍ୟ୍ୟଦେବଙ୍କର ଆରାଧନା କରିଥାଏ ଓ ଜଳ ଅର୍ପଣ କରିଥାଏ, ସେଇ ଵ୍ୟକ୍ତି ଜୀବନ କାଳ ମଧ୍ୟରେ ଖୁସିରେ ରହିଥାଏ । ଏଭଳି ବ୍ୟକ୍ତି ଙ୍କ ର ଅନ୍ୟକୁ ଆକର୍ଷଣ କରିବାର କ୍ଷମତା ବି ରହିଥାଏ ।
ଯମରାଜ ସୂର‌୍ୟ୍ୟଦେବଙ୍କ ର ପୁତ୍ର ଅଟନ୍ତି ।ଯେଉଁ ଵ୍ୟକ୍ତି ସୂର‌୍ୟ୍ୟଦେବଙ୍କୁ ପ୍ରସନ୍ନ କରିଥାନ୍ତି ସେମାନେ ଜମରାଜ ଙ୍କ ଆଶୀର୍ବାଦ ମଧ୍ୟ ପାଇଥାନ୍ତି
ତେବେ ସୂର‌୍ୟ୍ୟଦେବଙ୍କୁ ଜଳ ଅର୍ପଣ କରିବାର ବିଧି ,କିଛି ନିୟମ ରହିଛି ।ଯଦି ଏହି ନିୟମ ପାଲନ ନ କରନ୍ତି ତେବେ ସୁଭଫଳ କେବେ ବି ମିଳିବ ନାହିଁ।

ଏଥର ଜାଣିବା କେଉଁ ନିୟମ ପାଳନ କରିବା ଉଚିତ । ଜଳରେ ଏପରି ଗୋଟିଏ ଜିନିଷ ମିଶାଇ ଦିଅନ୍ତୁ ଯାହା ଦ୍ୱାରା ପାଇବେ ଅପାର ସଫଳତା ।

ପ୍ରଥମେ ସୂର‌୍ୟ୍ୟ ଉଦୟ ପୂର୍ବରୁ ଉଠନ୍ତୁ । ସ୍ନାନ ପରେ ସୂର‌୍ୟ୍ୟ ଉଦୟ ହେବା ସମୟରେ ଗୋଟିଏ ଦୀପ ଜଳାନ୍ତୁ ।ଏହି ଦୀପ ରେ ସୋରିଷ ତେଲ ଦିଅନ୍ତୁ । ଏହା ପରେ ତମ୍ବା ପାତ୍ର ରେ ଜଳ ରଖି ସୂର‌୍ୟ୍ୟଦେବଙ୍କୁ ଅର୍ପଣ କରି ଓଁମ ସୂର‌୍ୟ୍ୟ ଦେବ ନମଃ ମନ୍ତ୍ର ୩ ଥର ପାଠ କରନ୍ତୁ ।ଜଳ ଅର୍ପଣ ପରେ ଭୁମିଷ୍ଟ ପ୍ରଣାମ କରି ନିଜ ଇଛା କୁ ଜଣାନ୍ତୁ । ହଁ ଏଥିରେ ଯଦି ଯମୁନା ନଦୀ ର ଜଳ ମିସାଇଦେବେ ତେବେ ଆପଣଙ୍କୁ ଧନ ଲାଭ ସହ ଅନେକ ବିପଦ ରୁ ରକ୍ଷା ପାଇବେ ।

Leave A Reply

Your email address will not be published.