Latest Odisha News

BREAKING NEWS

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାକୁ ନେଇ ୧୫ ଏଫଆଇଆର୍, ହିଂସା ପଛରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଲଖା !

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ପୋଲିସ ବି ଆକ୍ରମଣର ଶିକାର ହୋଇଥିଲା । ଏଥିରେ ୧୫୩ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ମାମଲାରେ ଏବେ ଆକ୍ସନ୍ ମୋଡରେ ଦିଲ୍ଲୀ ପୋଲିସ । ଏବେ ହିଂସା ପଛରେ ପଞ୍ଜାବୀ ଗ୍ୟାଙ୍ଗଷ୍ଟର ଲଖା ସଦାନା ଥିବା ଚର୍ଚ୍ଚା ହେଉଛି ।

ଖବର ଅନୁସାରେ, କେନ୍ଦ୍ରୀୟ ଦିଲ୍ଲୀରେ ହୋଇଥିବା ସମସ୍ତ ହିଂସାର ଲଖା ସଦାନା ଓ ତାର ସହଯୋଗୀଙ୍କ ସମ୍ପୃକ୍ତି ରହିଛି । ଏମିତିରେ ଲଖା ସଦାନା ବିରୋଧରେ ପଞ୍ଜାବରେ ୨୪ରୁ ଅଧିକ ମାମଲା ରହିଛି । କୃଷି ବିଲକୁ ବିରୋଧର କରି ୨ ମାସରୁ ଅଧିକ ଦିନ ଧରି ଚାଲିଥିବା ଆନ୍ଦୋଳନର ସଦାନା ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି । ପୋଲିସ ଏବେ ଆନ୍ଦୋଳନରେ ସଦାନାର ଭୂମିକାକୁ ନେଇ ତଦନ୍ତ କରିବ ।

ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ପୋଲିସ ଏବେ ଯାଏ ୧୫ଟି ଏଫଆଇଆର୍ ରୁଜୁ କରିଛି । ବିଳମ୍ବିତ ରାତିରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ହିଂସାରେ ସରକାରୀ ସମ୍ପତ୍ତି ସହ ଘରୋଇ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି । ହିଂସା ପରେ ଗତକାଲି ଦିଲ୍ଲୀ-ଏନସିଆରର କେତେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଥିଲା । ଆନ୍ଦୋଳନ ଓ ହିଂସାକୁ ନେଇ ଆଜି କୃଷକ ସଂଗଠନର ବୈଠକରେ ଆଲୋଚନା ହେବ । ଅନ୍ୟପଟେ କୃଷକଙ୍କ ଆନ୍ଦୋଳନକୁ ନେଇ ହରିୟାଣା ଓ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.