Latest Odisha News

BREAKING NEWS

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ସାନଘାଗରା:- ଓଡ଼ିଶାରେ ଅନେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି ସେମଧ୍ୟରୁ ସାନଘାଗରା ପର୍ଯ୍ୟଟକଙ୍କର ଅତିପ୍ରିୟ ପର୍ଯ୍ୟଟନସ୍ଥଳୀ ।

କେନ୍ଦୁଝର ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି ଏହି ସାନଘାଗରା । ସାନଘାଗରା ଠାରୁ ୩କି.ମି. ଦୂରରେ ବଡ଼ଘାଗରା ଜଳପ୍ରପାତ ମଧ୍ୟ ରହିଛି । କୁହାଯାଏ, ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ ।
ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌବିହାରର ବ୍ୟବସ୍ଥା କରାଯାଇଛି ।

ମୁର୍ଗା ମହାଦେବ- କେନ୍ଦୁଝର ଜିଲ୍ଲା ସ୍ଥିତ ବିଲେଇପଦା ନିକଟରେ ଅନ୍ୟତମ ପର୍ଯ୍ୟଟନ ସ୍ଥଳୀଭାବେ ‘ମୁର୍ଗା ମହାଦେବ’ । ସାଧାରଣତଃ କେନ୍ଦୁଝର ଜିଲ୍ଲାରେ ଖଣି ଖାଦାନ ଭରି ରହିଥିବାରୁ ଆପଣଙ୍କ ଯାତ୍ରା ଟିକେ କଷ୍ଟ ହେଲେ ମଧ୍ୟ ମୁର୍ଗା ମହାଦେବରେ ପହଞ୍ଚିବା ପରେ ସବୁ କଷ୍ଟ ଲାଘବ ହୋଇଯିବ । ଏଠାରେ ଥିବା ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ଖୁବ୍ ଲୋଭନୀୟ ମଧ୍ୟ । ଏହାର ଏପରି ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ରହିଛି । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୩ କିମି. ହେବ ।

ଜିରାଙ୍ଗ ଓ ଖସଡା: ଓଡିଶା ଭିତରେ ନେପାଳର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଚାହୁଁଥିଲେ, ଚଳିତ ଥର ପିକନିକ ଲାଗି ନିଶ୍ଚୟ ଯାଆନ୍ତୁ ଗଜପତି ଜିଲ୍ଲାରେ ଅବସ୍ଥିତ ଜିରାଙ୍ଗ ଓ ଖସଡାକୁ । ଏହି ୨ଟି ସ୍ଥାନ ନବବର୍ଷ ଲାଗି ସର୍ବଦା ଗହଳି ରହିଥାଏ । ଝରଣାରୁ କଳକଳ ନାଦ କରି ବହି ଆସୁଥିବା ପାଣି ଓ ଶାନ୍ତ ପରିବେଶର ଶୋଭାରାଜି ଉଭୟ ପର୍ଯ୍ୟଟକଙ୍କୁ କିମିଆ କରିଥାଏ ।

Leave A Reply

Your email address will not be published.