Latest Odisha News

BREAKING NEWS

ଓଡ଼ିଶାର ଏହିସବୁ ପିକନିକ୍ ସ୍ପଟ୍ ଯାଆନ୍ତୁ; ନୂଆବର୍ଷରେ ମଜ୍ଜା ଉଠାନ୍ତୁ…

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭ ମାତ୍ରେ ସମସ୍ତେ ଏକାଠି ହୋଇ ବାହାରି ପଡ଼ନ୍ତି ବୁଲିବାକୁ। ଆଉ ଭ୍ରମଣ ସହ ବଣଭୋଜି ର ମଜ୍ଜା ଉଠାଇବାକୁ ଭୁଲନ୍ତି ନାହିଁ।

ଜାଣନ୍ତୁ, ଓଡ଼ିଶାର ସେହିଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ…

ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ ଭରା ଏହି ଜଳପ୍ରପାତଟି ରହିଛି ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮ କିମି. ଦୂରରେ । ଏଠାକୁ ସବୁସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।

ସ୍କଟଲ୍ୟାଣ୍ଡପୁର- ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ରହିଛି ଏହି ସ୍କଟଲ୍ୟାଣ୍ଡପୁର । ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଲୋକକଥାନୁସାରେ ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ମହାଦେବ ସ୍କଟଲ୍ୟାଣ୍ଡର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡିଥିଲେ । ପରେ ସେଠାରୁ ଫେରି ରାଜା ନିଜ ସାମ୍ରାଜ୍ୟରେ ‘ସ୍କଟଲ୍ୟାଣ୍ଡପୁର’ ନିର୍ମାଣ କରିଥିଲେ । ଯାହା ବର୍ତ୍ତମାନ ସମୟରେ ପର୍ଯ୍ୟଟନସ୍ଥଳୀର ରୂପ ନେଇଛି ।

ଖଣ୍ଡାଧାର- କେନ୍ଦୁଝର ଜିଲ୍ଲା ମଝିରେ ଅଧା ଅଧା ହୋଇ ରହିଛି। କେନ୍ଦୁଝର ପଟେ ଥିବା ଖଣ୍ଡାଧାର ଜଳପ୍ରପାତର ଅପରପାର୍ଶ୍ୱରେ ତଥା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ନନ୍ଦାପାଣି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଛି। ଯାହାର ନାମ ମଧ୍ୟ ଖଣ୍ଡାଧାର। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ।

ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ। ଜଳପ୍ରପାତ ସ୍ଥାନକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।

ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। ବାଂସପାଳ ବ୍ଲକ କାଦକଳା ଅଞ୍ଚଳରେ ରହିଥିବା ଏହି ଜଳପ୍ରପାତଟି ବେଶ୍‌ ଆକର୍ଷଣୀୟ। ବିଶେଷକରି ପ୍ରାକୃତିକ ଶୋଭା ରାଜି ଭିତରେ ପକ୍ଷୀଙ୍କ କଳରବ ଏବଂ କୁଳୁକୁଳୁ ଝରଣା ବେଶ୍‌ ରୋମାଞ୍ଚିତ। ମୁଖ୍ୟତଃ ୫୦୦ ଫୁଟ୍‌ ଉଚ୍ଚ ପାହାଡ଼ ଶୀର୍ଷରୁ ଜଳ ଧାର ଭଳି ତଳକୁ ଖସୁଥିବାରୁ ଏହାର ନାମ ଖଣ୍ଡାଧାର ରଖାଯାଇଛି। ଏହା ନିକଟରେ ଏକ ଶିବ ମନ୍ଦିର ମଧ୍ୟ ରହିଛି। ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଛି।

ଦେବକୁଣ୍ଡ- ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି । ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ  ମା’ ଅମ୍ବିକାଙ୍କ ଦର୍ଶନ ସହିତ ବଣଭୋଜି କରିବାକୁ ଏଠାରେ ପ୍ରବଳ ଜନସମାଗମ ହେଉଛି।

କେବଳ ରାଜ୍ୟ ନୁହେଁ ପଡୋଶୀ ରାଜ୍ୟରୁ ମଧ୍ୟ ବହୁ ପର୍ଯ୍ୟଟକ ପ୍ରତିବର୍ଷ ମା’ ଅମ୍ବିକାଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି।

ବିଶ୍ୱାସ ରହିଛି, ଦେବତାମାନେ ଏଠାରେ ଗାଧୋଇବା ପରେ ଦେବୀ ଅମ୍ବିକାଙ୍କ ପୂଜା କରିଥିଲେ। ତେଣୁ ଏହା ଦେବକୁଣ୍ଡ ନାମରେ ନାମିତ ହୋଇଛି।

Leave A Reply

Your email address will not be published.