Latest Odisha News

BREAKING NEWS

ଝାଡଖଣ୍ଡ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ, ଭୋଟଗଣତି ଜାରି

ଋାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ନିର୍ଣ୍ଣୟ କରିବ କାହାହାତରେ ରହିବ ଝାଡଖଣ୍ଡ କ୍ଷମତା ।

ଭୋଟ୍ ଗଣତି ହେଉଥିବା ୮୧ଟି ଆସନ ମଧ୍ୟରୁ ଚଳିତଥର ମୋଟ୍ ୧୨୧୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କାହା ହାତରେ କେତେ ଆସନ ପଡିବ, ସେନେଇ ରାଜନୈତିକ ମହଲରେ ଏକପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ସଦ୍ୟତମ ଭୋଟିଂ ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ଲିଡ୍ କରୁଥିବା ବେଳେ ବିଜେପି-୨୦, ଜେଏମଏମ-୧୮, କଂଗ୍ରେସ-୦୯, ଜେଭିଏମ୍- ୦୨ ଓ ଏଜେଏସୟୁ-୦୨ରେ ରହିଛି ।

ଗତ ୨୦୧୪ ନିର୍ବାଚନରେ ବିଜେପିକୁ ୩୭ଟି ଆସନ ମିଳିଥିବା ବେଳେ ଏଜେଏସୟୁକୁ ୫ଟି ଆସନ ମିଳିଥିଲା । ଯାହାଫଳରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ରଘୁବାର ଦାସ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ଏଥର ନିର୍ବାଚନରେ କିଏ ଝାଡଖଣ୍ଡର ମଙ୍ଗ ଧରିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.