Latest Odisha News

BREAKING NEWS

୨୦୨୧ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୬ ଦିନର ଛୁଟି

ଭୁବନେଶ୍ୱର: ବର୍ଷ ୨୦୨୧ରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ମୋଟ ୧୦୬ ଦିନର ଛୁଟି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଛୁଟି ତାଲିକାରେ ମୋଟରେ ୨୯ ଦିନ ସରକାରୀ ଛୁଟି ରହିଛି । ସେହିପରି ୫୨ଟି ରବିବାର ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ସମେତ ଗୋଟିଏ ଇଛାଧୀନ ଛୁଟି ସାମିଲ ଅଛି ।

ତେବେ ୨୦୨୧ରେ ସରକାରୀ କର୍ମଚାରୀଙ୍କ ୯ ଦିନର ଛୁଟି ବେକାର ଯାଉଛି । ଏହି ଛୁଟି ଦିନ ଗୁଡିକ ରବିବାର ଓ ଶନିବାରରେ ପଡୁଛି । ବର୍ଷକରେ ମୋଟ ୨୯ଦିନ ସରକାରୀ ଛୁଟି ଏବଂ ୮ଟି ଇଛାଧୀନ ଛୁଟି ଘୋଷଣା କରିଛି ବିଭାଗ ।

Leave A Reply

Your email address will not be published.